ଲୁଟ୍ ପରେ ଲିପଷ୍ଟିକରେ ଭାଉଜଙ୍କ ଉଦ୍ଦେଶ୍ୟରେ ଚୋରର ମେସେଜ୍

1 min read

ପାଟନା: ଭାଉଜ ତମେ ଭାରି ଭଲ। କାହାର ଏଭଳି ପ୍ରଶଂସାକୁ ନ୍ୟୁଜ୍ କାହିଁକି କରାଯିବ । ସେ ପ୍ରଶଂସା ଲେଖାହୋଇଥିଲା ଲାଲ୍ ଲିପ୍‌ଷ୍ଟିକରେ । କାହା ଓଠ କି ଗାଲରେ ନୁହେଁ ଡ୍ରେସିଂ ଟେବୁଲରେ ଥିବା ମିରରରେ । ଭାଉଜଙ୍କର ସବୁ ଜିନିଷ ଚୋରି କରିବା ପରେ କାନ୍ଥରେ ଟଙ୍ଗା ହୋଇଥିବା ଫଟୋକୁ ଦେଖି ଏଭଳି ସେ ଲେଖିଥିଲା । ଘରକୁ ଲୁଟ ପାଇଁ ଆସିଥିବା ଚୋରର ମେସେଜରୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘରେ ପଶି ୬୦ ଲକ୍ଷ ଟଙ୍କା ଲୁଟିନେବା ସହ ଏଭଳି ମିରରରେ ରୋମାଞ୍ଚକର ଲେଖା ଛାଡ଼ିଯାଇଛନ୍ତି ଚୋର ଦଳ । ଜଣେ ବ୍ୟବସାୟୀ ଛଟ ପୁଜା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କଘରୁ ୬୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ପାଟନାର ପତ୍ରକାର ନଗର ଥାନା ଅନ୍ତର୍ଗତ ହନୁମାନ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ । ଏହି ଦମ୍ପତି ଛଟ୍‌ ପୂଜା ପାଇଁ ଗାଁକୁ ଯାଇଥିଲେ । ଏହାର ସୁଯୋଗ ନେଇ ବ୍ୟବସାୟୀଙ୍କ ଘରେ ପଶିଥିଲେ ଲୁଟେରା ।

ଆଉ ଲୁଟି ଥିଲେ ଆଲମିରା ଭିତରେ ଥିବା ୬୦ ଲକ୍ଷ ଟଙ୍କା । ଲୁଟିବା ପରେ ସେହି ପାଖରେ ଥିବା ଡ୍ରେସିଂ ଟେବୁଲ ଡ୍ରୟରରୁ ବାହା କରିଥିଲେ ଏକ ରେଡ୍‌ କଲରର ଲିପ୍‌ଷ୍ଟିକ । ଆଉ ମିରର୍‌ରେ ଲେଖିଥିଲେ ଭାଉଜ ତମେ ଭାରି ଭଲ । ଭଗବାନ କରନ୍ତୁ ଆପଣଙ୍କର ଘର ଧନଧାନ୍ୟରେ ପୂରି ଉଠୁ । ଆଗାମି ବର୍ଷ ପୁଣି ଆସିବୁ ।

ତେବେ ଗାଁରୁ ଫେରିବା ପରେ ବ୍ୟବସାୟୀ ଜଣକ ଏଭଳି କିଛି ତାଙ୍କ ଘରେ ଦେଖିଥିଲେ । ଏହାପରେ ବ୍ୟବସାୟୀ ପତ୍ରକାର ନଗର ଥାନାରେ ଏତଲା ଦେଇଥିଲେ । କୌଣସି ସ୍ଥାନୀୟ ଚୋରଦଳ ଏହି କାଣ୍ଡ ଘଟାଇଥିବା ସଦର ଏଏସପି କିରଣ କୁମାର ଯାଦବ କହିଛନ୍ତି । ତେବେ ଚୋରୀ ଘଟଣା ସାରା ଅଞ୍ଚଳରେ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି ଚୋର ଦଳଙ୍କ ଏଭଳି ଲିପଷ୍ଟିକ୍ ମେସେଜ୍ ଅଧିକ ଭାଇରାଲ୍ ହେଉଛି । ')}

Leave a Reply