ପୋଲିସକୁ ପିଟି ଲୁଟିନେଲେ ୧୦ ଲକ୍ଷ

ପୁରୀ: ଚୋରକୁ ଧରିବା ଓ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଅସୁରକ୍ଷିତ । ପୋଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଲୁଟ୍ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ପୋଲିସ କର୍ମଚାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ । ଷ୍ଟେଟବ୍ୟାଙ୍କରୁ ପୋଲିସ କର୍ମଚାରୀ ଜଣଙ୍କ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ରହ୍ମଗିରି ହାଇସ୍କୁଲ ନିକଟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

ଏହାସହ ସେ ବ୍ୟାଙ୍କରୁ ଉଠାଇ ଆଣିଥିବା ୧୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଧାରଣରେ ପ୍ରଶ୍ନ ଉଠିଛି ଲୋକଙ୍କୁ ସରୁକ୍ଷା ଦେଉଥିବା ପୋଲିସ ଯଦି ଅସୁରକ୍ଷିତ ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ । ଦୁର୍ବୁର୍ତ୍ତଙ୍କୁ ଶୀଘ୍ର ଧରିବା ପାଇଁ ସାଧାରଣରେ ଦାବି କରାଯାଇଛି ।