ଋଷି ସନକଙ୍କ ସ୍ୱପ୍ନ ଭାଙ୍ଗି ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଲିଜ୍ ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ସେ କଡ଼ା ମୁକାବିଲାରେ ଭାରତୀୟ ବଂଶୋଦ୍ଭବ ଋଷି ସନକଙ୍କୁ ପରାସ୍ତ କରି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ପ୍ରଥମ ରାଉଣ୍ଡରେ ଋଷି ଆଗରେ ଥିଲେ କିନ୍ତୁ କଂଜରଭେଟିଭ୍ ପାର୍ଟିର ସଦସ୍ୟ ଅନ୍ତିମ ଭୋଟିଂ ରାଉଣ୍ଡରେ ଲିଜଙ୍କ ଉପରେ ଭରସା ବ୍ୟକ୍ତ କରିଛନ୍ତି ଏହି ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଖୋଲାଖୋଲି ଲିଜ୍ ଟ୍ରସଙ୍କୁ ସମର୍ଥନ କରିଥିଲେ ସେ ଦଳର ସଦସ୍ୟ ସାଂସଦଙ୍କୁ ଲିଜଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ ବୋରିସ୍ ଜନସନ ଅଭିଯୋଗ କରିଥିଲେ ଯେ, ଋଷିଙ୍କ ପାଇଁ ହିଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା

ଋଷିଙ୍କ ଇସ୍ତଫା କାରଣରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା ବୋଲି ବୋରିସ ପ୍ରଚାର କାଳରେ ଅଭିଯୋଗ ଆଣିଥିଲେ ସେପ୍ଟେମ୍ବର ତାରିଖରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ସଂସଦରେ ଉପସ୍ଥିତ ହେବେ

 ଲିଜଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍

ଲିଜ୍ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଦରଦାମକୁ ନିୟନ୍ତ୍ରିତ କରିବା,ଶକ୍ତି ସଂକଟ ବେକାରୀ ସମସ୍ୟାକୁ ଦୂର କରିବା ଏହା ସହିତ ତାଙ୍କୁ କଂଜରଭେଟିଭ୍ ପାର୍ଟିକୁ ଏକାଠି ମଧ୍ୟ ରଖିବାକୁ ପଡ଼ିବ କାରଣ ଦଳର ପ୍ରାୟ ସବୁ ସାଂସଦ ଋଷିଙ୍କ ସପକ୍ଷରେ ଥିବାବେଳେ ସଦସ୍ୟ ତାଙ୍କୁ ସମର୍ଥନ କରୁଛନ୍ତି ଦଳର ସଦସ୍ୟ ଲିଜଙ୍କୁ ବ୍ରିଟିଶ୍ ରାଷ୍ଟ୍ରବାଦ ପ୍ରସଙ୍ଗକୁ ନେଇ ସମର୍ଥନ କରୁଛନ୍ତି କିନ୍ତୁ ସାଂସଦ ଋଷିଙ୍କ ସପକ୍ଷରେ ଅଛନ୍ତି ଏମିତିରେ ଦୁଇ ଭାଗରେ ବିଭକ୍ତ ଦଳକୁ ଏକାଠି ରଖିବା ଲିଜଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ

 

ମଙ୍ଗଳବାର ହେବ କ୍ଷମତା ହସ୍ତାନ୍ତରଣ

ବ୍ରିଟିଶ ପ୍ରଧାନମନ୍ତ୍ରୀ ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚି ସାରିଥିଲେ ବୋରିସ୍ ଥେରସା ମେଙ୍କ ଉତ୍ତରାଧିକାରୀ ଥିଲେ ସେ ମୋଟ ୧୧୩୯ ଦିନ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଜନସନ୍ ମଙ୍ଗଳବାର ଦିନ କଞ୍ଜରଭେଟିଭ୍ ପାର୍ଟିର ନୂଆ ନେତାଙ୍କୁ କ୍ଷମତା ହସ୍ତାନ୍ତର କରିବେ