ଦୀର୍ଘ ବର୍ଷ ହେବ ଭାରତରେ ରହୁଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମ୍ପର୍କୀୟ !

How A Car SalesMan Son Become US President Joe Biden

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍‌ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ନିର୍ବାଚନରେ ​​ବିଜୟୀ ହୋଇସାରିଛନ୍ତି । ସେ ଆଗାମୀ ଦିନରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସମସ୍ତେ ଜାଣନ୍ତି ବାଇଡେନ୍‌ଙ୍କ ପୂରା ପରିବାର ଆମେରିକାରେ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି ତାଙ୍କର କିଛି ସମ୍ପର୍କୀୟ ଭାରତରେ ମଧ୍ୟ ରୁହନ୍ତି ।

ନାଗପୁରର କିଛି ବାସିନ୍ଦା ଦାବି କରିଛନ୍ତି ଯେ, ସେମାନେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମ୍ପର୍କୀୟ ଏବଂ ସେମାନେ ୧୮୭୩ରୁ ସେହି ଗୋଟିଏ ସହରରେ ରହୁଛନ୍ତି । ସୂଚନା ଅନୁଯାୟୀ, ୨୦୧୩ ରେ ଯେତେବେଳେ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତ ଆସିଥିଲେ, ସେତେବେଳେ ସେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ତାଙ୍କର କିଛି ଦୂର ସମ୍ପର୍କୀୟ ଭାରତର ଆର୍ଥିକ ରାଜଧାନୀରେ ରୁହନ୍ତି ।

୨୦୧୩ରେ ମୁମ୍ବାଇରେ ଏବଂ ୨୦୧୫ରେ ଓ୍ୱାସିଂଟନରେ ହୋଇଥିବା କାର୍ଯ୍ୟକ୍ରମରେ ବାଇଡେନ୍‌ କହିଥିଲେ ଯେ, ୧୯୭୨ରେ ସିନେଟର ହେବା ପରେ, ସେ ଭାରତର ବିଣ୍ଡେସରୁ ଏକ ଚିଠି ପାଇଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କର ଜେଜେ ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ରେ କାମ କରୁଥିଲେ । ଏହି ଚିଠିଟି ନାଗପୁରର ଲେସଲି ବାଇଡେନଙ୍କ ଦ୍ୱାରା ଲେଖାଯାଇଥିଲା । ଯାହାଙ୍କ ନାତି ନାଗପୁରରେ ରହୁଛନ୍ତି ଆଉ ସେ ଦାବି କରିଛନ୍ତି ଯେ, ତାଙ୍କ ପରିବାର ୧୮୭୩ରୁ ସେହି ଅଞ୍ଚଳରେ ରହୁଛନ୍ତି ।

ଲେସଲିଙ୍କ ନାତୁଣୀ ସୋନିଆ କହିଛନ୍ତି ଯେ, ଲେସଲି ବାଇଡେନ ନାଗପୁରରେ ରହୁଥିଲେ ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ୧୯୮୩ ମସିହାରେ ସେ ‘ଅରେଞ୍ଜ ସିଟି’ରେ ଭାରତ ଲଜ୍‌ ଆଣ୍ଡ ହଷ୍ଟେଲ ଏବଂ ଭରତ କାଫେର ମ୍ୟାନେଜର ଥିଲେ ।

Leave a Reply