ଗ୍ରାହକଙ୍କ ପାଇଁ LIC ଜାରି କଲା ନୂଆ ସୂଚନା, ଘରେ ବସି କରିପାରିବେ ପଲିସି ସହ ପାନ୍ ଲିଙ୍କ…

1 min read

ନୂଆଦିଲ୍ଲୀ: ସମସ୍ତ ପଲିସି ହୋଲଡରଙ୍କ ପାଇଁ LIC ଜରୁରୀ ସୂଚନା ଜାରି କରିଛି। ଏନେଇ କମ୍ପାନୀ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପଲିସି ସହ ପାନ୍ କାର୍ଡ ଲିଙ୍କ କରିବା ଆବଶ୍ୟକ ବୋଲି ଏଲଆଇସି ନିଜ ଅଫିସିଆଲ୍ ୱେବସାଇଟରେ ଅବଗତ କରାଇଛି।

ସୂଚନା ଅନୁଯାୟୀ, ପାନ୍ ଓ ଆଧାର  ଲିଙ୍କ୍ କରିବାର ଶେଷ ତାରିଖ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ସରକାର ବଢାଇଛନ୍ତି । ଠିକ୍ ସେହିପରି ମାର୍କେଟ୍ ରେଗୁଲେଟର ସେବି ମଧ୍ୟ ନିବେଶକଙ୍କ ପାଇଁ ପାନ୍ ଓ ଆଧାର  ଲିଙ୍କ୍ ଘୁଞ୍ଚାଇ ଦେଇଛି । ଯଦି ଆପଣ ମଧ୍ୟ ପାନ୍ ଓ ଆଧାର  ଲିଙ୍କ୍ କରାଇନାହାଁନ୍ତି ତାହେଲେ ଘରେ ବସି ଅନଲାଇନ୍ ଯୋଗେ କରାଇପାରିବେ ।

ଏହି ଟ୍ୱିଟର ପୋଷ୍ଟରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କଲେ ସବିଶେଷ ବିବରଣୀ ମଧ୍ୟ ପାଇପାରିବେ ।

ସେହିପରି ଯଦି ଆପଣ ଏଲଆଇସି ପଲିସିର ଅନଲାଇନ୍ ଷ୍ଟାଟସ୍ ଜାଣିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆଧିକାରିକ ୱେବସାଇଟ https://www.licindia.in/ କୁ ଯାଇ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ କୌଣସି ପ୍ରକାର ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ।

ତେବେ ଅନଲାଇନ୍ ଷ୍ଟାଟସ୍ ଜାଣିବା ପାଇଁ ଆପଣଙ୍କୁ କେବଳ ଜନ୍ମତିଥି, ନାମ ଓ ପଲିସି ନମ୍ବର ଏଣ୍ଟ୍ରି କରିବାକୁ ପଡିବ । ଆଉ ଥରେ ରେଜିଷ୍ଟ୍ରେସନ୍ କରିବା ପରେ ଆପଣ ସବୁବେଳେ ଷ୍ଟାଟ୍ସ ଚେକ୍ କରିପାରିବେ ।

Leave a Reply