କଟକ-ଭୁବନେଶ୍ୱରରେ ହୋଇପାରେ କାଳବୈଶୀଖୀ
1 min readଭୁବନେଶ୍ୱର: ରାଜ୍ୟରେ କିଛି ସମୟ ମଧ୍ୟରେ କାଳବୈଶାଖୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ସେହିପରି ରାଜଧାନୀରେ ଆସନ୍ତା ୧ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ମଧ୍ୟ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । କିଛି ଅଞ୍ଚଳରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଏବଂ ପବନ ବୋହିବା ନେଇ ଆଶଙ୍କା କରାଯାଇଛି । ଏଣୁ ଏପରି ସ୍ଥିତିକୁ ଆଖି ଆଗରେ ରଖି ଘରୁ ନବାହାରିବା ପାଇଁ ସତର୍କ ସୂଚନା କରାଯାଇଛି । ସେହିପରି ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଆଗାମୀ ୧ଘଣ୍ଟା ମଧ୍ୟରେ ଟ୍ୱିନ ସିଟି ରେ କାଳବୈଶାଖୀ ସମ୍ଭାବନା pic.twitter.com/d5fbFeoUi2
— Meteorological Centre, Bhubaneswar (@mcbbsr) April 18, 2021