ଜାନୁଆରି ୨୦୨୧ରେ ବଦଳିଯିବ ଆପଣଙ୍କ ଜୀବନ, ଆପଣ ପ୍ରସ୍ତୁତ ?

1 min read

ନୂଆଦିଲ୍ଲୀ: ଶୁକ୍ରବାର ଦିନ କ୍ୟାଲେଣ୍ଡର ବଦଳିଯିବ । ଆରମ୍ଭ ହେବ ଆଉ ଗୋଟିଏ ବର୍ଷ । ୨୦କୁ ପଛରେ ଛାଡି ଆପଣ ୨୦୨୧କୁ ସ୍ୱାଗତ କରିବେ । କିନ୍ତୁ ଏହା ସହିତ ଆପଣଙ୍କ ଜୀବନ ସହ ଜଡିତ ୧୦  ନିୟମ ବଦଳିବାକୁ ଯାଉଛି । ଏହି ସବୁ ପରିବର୍ତ୍ତନ ଆପଣଙ୍କୁ ଉଣା ଅଧିକେ ପ୍ରଭାବିତ କରିବ ।

ତେବେ ସେହି ୧୦ କଥା କ’ଣ ଆପଣ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ସେହି ବିନ୍ଦୁକୁ ଯାହା ବଦଳାଇବାକୁ ଯାଉଛି ଆପଣଙ୍କ ଜୀବନ

ବଦଳିଯିବ ଚେକ୍ ପେମେଣ୍ଟର ତରିକା
ପଜିଟିଭ୍ ପେ ସିଷ୍ଟମ ଏକ ସ୍ୱଚାଳିତ ଟୁଲ,ଯାହା ଚେକ୍ ଜରିଆରେ ହେଉଥିବା ଜାଲିଆତିକୁ ରୋକିବ । ଏହା ଅନ୍ତର୍ଗତରେ ଆପଣ ଯଦି କାହାକୁ ଚେକ୍ ଦେଉଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କକୁ ଏନେଇ ଏସଏମଏସ,ମୋବାଇଲ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ପୁଣିଥରେ ସୂଚନା ଦେବାକୁ ହେବ । କେତେ ଟଙ୍କାର ଚେକ୍ ଦେଲେ,କାହାକୁ ଦେଲେ ସବୁକିଛି ଲେଖି ବ୍ୟାଙ୍କକୁ ଏଥର ଆପଣଙ୍କୁ ଦେବାକୁ ପଡିବ । ପେମେଣ୍ଟ କାଳରେ ଆପଣଙ୍କ ଫିଜିକାଲ ଚେକ୍ ସହ ଇଲେକ୍ଟ୍ରୋନିକ୍ ଡାଟାକୁ କ୍ରସ୍ ଚେକ୍ କରାଯିବ ।

ଏଲପିଜି ଦାମ ବଢିବ
ଏକ ଜାନୁଆରୀରେ ପୁଣିଥରେ ରନ୍ଧନ ଗ୍ୟାସ୍ ମୂଲ୍ୟ ବଢିପାରେ । ପ୍ରତି ମାସ ଏକ ତାରିଖରେ ଗ୍ୟାସ ରେଟ୍ ବଢିଥାଏ । ଏଥର ଡିସେମ୍ବର ୩ ତାରିଖରେ ବଢିଥିଲା । ଡିସେମ୍ବର ମାସରେ ଦୁଇଥର ରନ୍ଧନ ଗ୍ୟାସ ମୂଲ୍ୟ ବଢିଛି । ଏଲପିଜି ମୂଲ୍ୟରେ ୧ଶହ ଟଙ୍କା ବୃଦ୍ଧି ଘଟିଛି । ଏବେ ଦେଖିବାକୁ ରହିଲା ଜାନୁଆରୀରେ କେତେ ବଢୁଛି ।

କମ ପ୍ରିମିୟମରେ ଟର୍ମ ଇନସ୍ୟୁରାନ୍ସ
ନୂଆ ବର୍ଷରୁ କମ ପ୍ରିମିୟମରେ ଟର୍ମ ଇନସ୍ୟୁରାନ୍ସ ଆପଣ କିଣି ପାରିବେ । ଇରେଡା ଏଥିପାଇଁ ବୀମା କଂପାନୀଙ୍କୁ ଆଦେଶ ଦେଇଛି । ଆଦେଶକୁ ଦୃଷ୍ଟିରେ ରଖି ବୀମା କଂପାନୀ ସରଳ ଜୀବନ ବୀମା ପଲିସି ଲଂଚ କରିବେ । ସବୁ ବୀମା କଂପାନୀଙ୍କ ପଲିସିରେ ସର୍ତ୍ତ ଓ କଭର ରାଶି ସମାନ ରହିବ ।

ବଦଳିବ ଜିଏସଟି ରିଟର୍ଣ୍ଣ ଜମା କରିବା ତରିକା
ନୂଆ ବର୍ଷରୁ ଛୋଟ କରଦାତା ତିନି ମାସରେ ଥରେ ଜିଏସଟି ରିଟର୍ଣ୍ଣ ଦାଖଲ କରିପାରିବେ । ଏହା ସହ ସେମାନଙ୍କ ପାଇଁ କରର ମାସିକ ପେମେଣ୍ଟ କରିପାରିବେ । ଆପଣଙ୍କ ବାର୍ଷିକ କାରବାର ଯଦି ୫ କୋଟି ଟଙ୍କା ଓ ଆପଣ ଅକ୍ଟୋବର ମାସର ଜିଏସଟିଆର-ଥ୍ରି ବି ୩୦ ନଭେମ୍ବର ୨୦୨୦ ସୁଧା ଡିପୋଜିଟ୍ କରି ଦେଇଛନ୍ତି ତେବେ ଏହି ସୁବିଧା ନେଇ ପାରିବେ ।

ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ
ଏଥର ଟୋଲଗେଟରେ କେବଳ ଫାଷ୍ଟଟ୍ୟାଗ୍ ଦ୍ୱାରା ହିଁ ଟୋଲ୍ ଫି ଦେଇ ହେବ । ଟୋଲଗେଟରେ ନଗଦ ଟଙ୍କା ବ୍ୟବସ୍ଥା ଆଉ ରହିବନି । ତେଣୁ ତୁରନ୍ତ ଫାଷ୍ଟଟ୍ୟାଗ୍ ପାଇଁ ଆପ୍ଲାଏ କରନ୍ତୁ ।

କଣ୍ଟାକ୍ଟଲେସ୍ ପେମେଣ୍ଟ୍ ଲିମିଟ୍ ବଢିବ
ଜାନୁଆରି ଏକ ତାରିଖରୁ ୟୁପିଆଇ ଦ୍ୱାର କଣ୍ଟାକ୍ଟଲେସ୍ ପେମେଣ୍ଟ୍ ସୀମା ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ହୋଇଯିବ ।

ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ଆଗରୁ ଲଗାଇବାକୁ ହେବ ‘୦’
ଜାନୁଆରି ଏକ ତାରିଖରୁ ଯଦି ଆପଣ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବେ ତେବେ ମୋବାଇଲ ନମ୍ବର ଆଗରୁ ଶୂନ ଲଗାଇ ଡାଏଲ କରିବାକୁ ପଡିବ ।

ଏହି ମୋବାଇଲରେ କାମ କରିବ ନାହିଁ ହ୍ୱାଟସଆପ୍
ଆଣ୍ଡ୍ରଏଡ୍ 4.3 ଓ ଆଇଓଏସ୍-9 (iOS 9) ଭଳି ପୁରୁଣା ଅପରେଟିଂ ସିଷ୍ଟମ ଥିବା ଫୋନରେ ଆଉ ହ୍ୱାଟସଆପ୍ ଚାଲିବ ନାହିଁ । ଯେଉଁ ୟୁଜର ଏହି ଅପରେଟିଂ ସିଷ୍ଟମରେ ହ୍ୱାଟସଆପ୍ ଚଳାଉଛନ୍ତି ସେମାନଙ୍କ ଭାଗ୍ୟରେ ନୂଆ ଫୋନ୍ ଲେଖା ହୋଇଛି । ତେଣୁ ତୁରନ୍ତ ନୂଆ ଫୋନ୍ କିଣି ନିଅନ୍ତୁ ।

ମହଙ୍ଗା ହେବ କାର
ଜାନୁଆରୀ ମାସରୁ ଅନେକ କାର କଂପାନ ନିଜ ଗାଡି ଦାମ ବଢାଇବାକୁ ଯାଉଛନ୍ତି । ଷ୍ଟିଲ୍,ଆଲମୁନିୟମ ଓ ପ୍ଲାଷ୍ଟିକ ଦାମ ବଢିବା କାରଣରୁ ମୂଲ୍ୟବୃଦ୍ଧି ହେଉଛି । ତେଣୁ ଯଦି ଜାନୁଆରୀରେ କାର କିଣିବା ପ୍ଲାନ୍ କରିଛନ୍ତି ତେବେ ଡିସେମ୍ବର ୩୧ ଭିତରେ କିଣି ନିଅନ୍ତୁ ।

ମହଙ୍ଗା ହେବ ଟିଭି,ଫ୍ରିଜ୍
ଖାଲି କାର ନୁହେଁ ୨୦୨୧ ଜାନୁଆରୀରୁ ଟିଭି ଓ ଫ୍ରିଜ୍ ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି । ଟିଭି,ଫ୍ରିଜ୍ ଓ ଅନ୍ୟ ହୋମ ଆପ୍ଲିଆନ୍ସ ଉପରେ ୧୦ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇପାରେ ।
ତେବେ ଏବେ କୁହନ୍ତୁ ଆପଣ ଏହି ୧୦ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କି ?

Leave a Reply