ମୋବାଇଲ ଗେମ୍‌ ପାଇଁ କଟିଗଲା ୯୬ ହଜାର ଟଙ୍କା, ବାପା ଆକଟ କରିବାରୁ ପୁଅ କଲା ଏମିତି

ଯୋଡ଼ା: ବାପାଙ୍କ ଆକଟ ପାଇଁ ପୁଅ କଲା ଆତ୍ମହତ୍ୟା । ମାଆର ଶାଢ଼ୀ ବେକରେ ଲଗାଇ ସାରିଦେଲା ଜୀବନ । ବାପାର ସ୍ନେହଭରା ଆକଟ ପଡ଼ିଲା ପୁଅ ଉପରେ ଭାରି ।  ମୋବାଇଲରେ ଅନଲାଇନ ଗେମ୍ ଖେଳିବା ହୋଇଛି କାଳ । ମୋବାଇଲ ଗେମ୍ ଖେଳି ୯୬ହଜାର ଟଙ୍କା ଉଡାଇଦେଇଥିବାରୁ ୧୪ବର୍ଷୀୟ ପୁଅକୁ ତାଗିଦ କରିଥିଲେ ବାପା । ଏଥିରେ ରାଗିଯାଇ ପୁଅ ଅମିତାଂଶୁ ବାଥରୁମରେ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର କମାରଯୋଡା ବସ୍ତିରେ । ଘଟଣା ସ୍ଥଳରେ ଯୋଡ଼ା ପୋଲିସଳ ପହଞ୍ଚି ମୃତଦେହକୁ ଜବତ୍ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଅମିତାଂଶୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର । ଏବେ କରୋନା ପାଇଁ ଚାରିଆଡ଼େ ଲକଡାଉନ । ଲକଡାଉନରେ ସ୍କୁଲ ବନ୍ଦ ରହିଥିବା କାରଣରୁ ଚାଲିଛି ଅନ୍‌ଲାଇନ କ୍ଲାସେସ୍‌ । ତେବେ ଅନ୍‌ଲାଇନ୍‌ କ୍ଲାସ ପାଇଁ ଅମିତାଂଶୁଙ୍କୁ ତାଙ୍କ ବାପା ଏକ ୪ଜିର ଫୋନ କିଣି ଦେଇଥିଲେ । ସେଥିରେ ତାଙ୍କ  ପୁଅ ପାଠ ପଢ଼ିଥାନ୍ତା । ହେଲେ ସେହି ଫୋଲ ପୁଅ ପାଇଁ କାଳ ପାଲଟିଲା । ଯେଉଁ ଫୋନରେ ପୁଅ ନିଜର ଭବିଷ୍ୟତ ଗଡ଼ିଥାନ୍ତା, ସେହି ଫୋନ ତାକୁ ଆରପାରିକୁ ପଠାଇଦେଲା । ଫୋନରେ ପାଠ ପଢ଼ିବା ସହ ଅମିତାଂଶୁ ଅଧିକାଂଶ ସମୟ ଗେମ୍‌ ଖେଳୁଥିଲେ ।

ତେବେ ଗୋଟେ ଦିନ ଗେମ୍‌ ଖେଳୁଥିବା ବେଳେ ଅମିତାଂଶୁଙ୍କ ବାପାଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ଏବଂ ତାଙ୍କ ମାଆଙ୍କ ଆକାଉଣ୍ଟରୁ ୬୧ ହଜାର ଟଙ୍କା କଟିଯାଇଥିଲା । ଏନେଇ ବ୍ୟାଙ୍କରେ ପଚାରିବାରୁ ସେମାନେ କହିଥିଲେଯେ ଏହି ଟଙ୍କା ଏକ ଗେମିଂ ଆକାଉଣ୍ଟକୁ ଚାଲିଯାଇଛି । ଯେଉଁଥି ପାଇଁ ବାପା ଅମିତାଂଶୁଙ୍କୁ ଆକଟ କରିଥିଲେ । ଗେମ୍‌ ପାଇଁ ଏତେ ଟଙ୍କା କଟିଗଲା ବୋଲି କହିଥିଲେ । ଯେଉଁଥି ପାଇଁ ରାଗିଯାଇ ପୁଅ ଏଭଳି ପଦକ୍ଷେପ ନେଇଛି ବୋଲି ବାପା ବିନୋଦ ଆପଟ କହିଛନ୍ତି । ବାପା ବିନୋଦ ଆପଟ ଏକ ଠିକା ସଂସ୍ଥା ଓ ମା ଅଙ୍ଗନବାଡି କର୍ମୀ ଭାବେ କାମ କରନ୍ତି ।

Leave a Reply