ଆଜିଠୁ ମହଙ୍ଗା ହେଉଛି ଏଲପିଜି ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେଉଁଠି କେତେ ରହିଛି ଦାମ

ନନ୍ଦିଘୋଷ ବ୍ୟୁରୋ: ସେପ୍ଟମ୍ବର ପହିଲା ଅର୍ଥାତ ଆଜିଠୁ ମହଙ୍ଗା ହେଉଛି ଏଲପିଜି ସିଲିଣ୍ଡର । ତୈଳ ମାର୍କେଟିଂ କମ୍ପାନୀ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଘରୋଇ ସିଲିଣ୍ଡରରେ କୌଣସି ମୂଲ୍ୟ ବୃଦ୍ଧି ହୋଇନାହିଁ । ଯଦି ଆପଣ ଆଇଓସିଏଲର ଓ୍ବେବସାଇଟକୁ ଦେଖିବେ ତାହେଲେ ଜାଣିପାରିବେ । ଦିଲ୍ଲୀରୁ ମୁମ୍ବାଇ ସମସ୍ତ ବାଣିଜ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି । ରବିବାର ସକାଳ ୬ଟାରୁ ଏହି ନୂଆ ବର୍ଦ୍ଧିତ ମୂଲ୍ୟ ଲାଗୁ ହେଉଛି । ସିଲିଣ୍ଡର ପିଛା ୩୯ ଟଙ୍କା ଅଧିକ ଦେବାକୁ ପଡ଼ିବ ।

କେଉଁ ରାଜ୍ୟରେ କେତେ ଟଙ୍କା

ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୧୬୫୨.୫୦ ପଇସାରୁ ୧୬୯୧.୫୦ କୁ ବୃଦ୍ଧି କରାଯାଇଛି । କୋଲକାତାରେ ୧୭୬୪.୫୦ରୁ ୧୮୦୨.୫୦ କୁ ବୃଦ୍ଧି କରାଯାଇଛି । ତେବେ ଦିଲ୍ଲୀରେ ୩୯ ଟଙ୍କା ବୃଦ୍ଧି ପାଇଥିବାବେଳେ କୋଲକାତାରେ ୩୮ ଟଙ୍କା ବଢ଼ିଛି ।