ମାସ୍କ ପିନ୍ଧୁନଥିବା ଲୋକେ କମ୍ ବୁଦ୍ଧିମାନ, ଏମିତି ରିପୋର୍ଟ ଦେଲା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ……

1 min read
less intelligent people don't wear mask says study.

କରୋନା ସଂକ୍ରମଣ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଚେତନତା ହେଉଛି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା । ତେବେ ଅନେକ ବ୍ୟକ୍ତି କରୋନା ସଂକ୍ରମଣ ବେଳେ ମଧ୍ୟ ମାସ୍କ ପିନ୍ଧୁନଥିବାର ଦେଖିବାକୁ ମିଳୁଛି । କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଏଭଳି ଏକ ମହାମାରୀ ସମୟରେ ମଧ୍ୟ ମାସ୍କ ପିନ୍ଧୁ ନଥିବା ଲୋକ ସାଧାରଣ ଲୋକଙ୍କ ତୁଳନାରେ କମ୍ ବୁଦ୍ଧିମାନ । ଏଭଳି ବ୍ୟକ୍ତି ନିଜ ଜୀବନରେ ମଧ୍ୟ ଠିକ୍ ଭୁଲର ନିଷ୍ପତ୍ତି ସହଜରେ କରି ପାରନ୍ତି ନାହିଁ । କୌଣସି ନିଷ୍ପତ୍ତି ଏକାକୀ ନେବାରେ ବିଫଳ ହେଉଥିବା ଏହି ଲୋକମାନେ ବୌଦ୍ଧିକ ବିକାଶ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ପଛରେ ।

mask

ତେବେ ଆମେରିକାର ଏହି ବିଶ୍ୱ ବିଦ୍ୟାଳୟ ୮୫୦ ଜଣ ବ୍ୟକ୍ତିଙ୍କୁ ନେଇ ଏକ ସର୍ଭେ କରିଥିଲେ । ସର୍ଭେ ମାସ୍କ ପିନ୍ଧୁଥିବା ଓ ପିନ୍ଧୁନଥିବା ଲୋକଙ୍କ ପୃଥକ ଭାବେ ସମୀକ୍ଷା କରାଯାଇଥିଲା । ଏହାପରେ ସ୍ପଷ୍ଟ ଭାବେ ଜଣା ପଡିଥିଲା ଯେ ସାଧାରଣତଃ ମାସ୍କ ପିନ୍ଧିନଥିବା ଲୋକେ ବୌଦ୍ଧିକ ବିକାଶ କ୍ଷେତ୍ରରେ ମାସ୍କ ପିନ୍ଧଥିବା ବ୍ୟକ୍ତିଙ୍କଠାରୁ ପଛରେ ରହିଛନ୍ତି । ସେହିଭଳି ନିଜ ନିଷ୍ପତ୍ତି ନିଜେ ନେବା ଓ ନିଜ ପାଇଁ ଠିକ୍-ଭୁଲ ବିଚାର କରିବାରେ ମଧ୍ୟ ଉକ୍ତ ବ୍ୟକ୍ତିମାନେ ଆତ୍ମବିଶ୍ୱାସୀ ନୁହଁନ୍ତି ।

 

Leave a Reply