କଂଗ୍ରେସ ଛାଡି ବିଜେଡିର ମିଶିଲେ ଜଗତସିଂହପୁରର ବରିଷ୍ଠ ନେତା ନାରାୟଣ ଜେନାଙ୍କ ସହ ତାଙ୍କ ସମର୍ଥକ

ଭୁବନେଶ୍ୱର : ଶଙ୍ଖ ଭବନରେ ମିଶ୍ରଣ ପର୍ବ । କଂଗ୍ରେସ ଛାଡି ବିଜେଡିର ମିଶିଲେ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ନାରାୟଣ ଜେନା। ନାରାୟଣଙ୍କ ସହ ତାଙ୍କର ଅନେକ ସମର୍ଥକ ବି ବିଜେଡିର ମିଶିଛନ୍ତି। ଦଳରେ ଏମାନଙ୍କୁ ସ୍ୱାଗତ କରିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ମଧ୍ୟ ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ। ତିର୍ତ୍ତୋଲ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ ପରିଚିତ ନାରାୟଣ ଜେନା । ଛାତ୍ର ରାଜନୀତିରେ ପାଦ ଦେଇ କଂଗ୍ରେସର ବହୁ ପଦପଦବୀରେ ରହି ସୂଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ପ୍ରଭାବିତ ହୋଇ ୨୫ ବର୍ଷ ପରେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବୋଲି କହିଛନ୍ତି ନାରାୟଣ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିକାଶର ଗାଡି ଆଗକୁ ଗଡି ଚାଲିଛି ବୋଲି ସେ ସେହି ଧାରାରେ ସାମିଲ ହେବାକୁ ଚାହିଁଲେ ବୋଲି ନାରାୟଣ କହିଛନ୍ତି ।
ପଢନ୍ତୁ ଏହି ଖବର : ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ ହାବିଲଦାର
ନାରାୟଣଙ୍କ ସମର୍ଥକଙ୍କ ମଧ୍ୟରେ ତିର୍ତ୍ତୋଲ କନକପୁର ପୂର୍ବତନ ସମତି ସଭ୍ୟ ଅଜୟ ରାଉଳ, ପର୍ଶୁରାମ ଭଟ୍ଟ, କନକପୁର କଂଗ୍ରେସ ସରପଞ୍ଚ ପ୍ରାର୍ଥୀ ସତ୍ୟଭୂଷଣ ଦାସ, ପୂର୍ବତନ ନାଏବ ସରପଞ୍ଚ କ୍ଷୀରୋଦ ଚନ୍ଦ୍ର ସେଠୀ, ଗୋବିନ୍ଦପୁର ପାଣି ପଞ୍ଚାୟତ ସଭାପତି ରଶ୍ମିରଞ୍ଜନ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପସଭାପତି ସଞ୍ଜୟ ମହାନ୍ତି, ତିର୍ତ୍ତୋଲ ବ୍ଲକ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ମହାନ୍ତି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ନୃସିଂହ ଲେଙ୍କା, ଶୁଭ୍ରଜିତ ଲେଙ୍କା, ଅଶୋକ ସାହୁ, ଦେବୀ ପ୍ରସାଦ ରାଉଳ, ଦିନେଶ ମହାନ୍ତି ପ୍ରମୁଖ ନାମୀ ନେତା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ।