ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ ହାବିଲଦାର

1 min read

ଭୁବନେଶ୍ୱର : ପ୍ରେମସାଗରଙ୍କ କଳୁଷିତ ପ୍ରେମଲୀଳା । ରାଜଧାନୀରେ SOG ହାବିଲଦାରଙ୍କ କଳାକାରନାମା  । ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ରଖିଲେ ଆଉ ତାପରେ ବାଧ୍ୟକରି ବାରମ୍ବାର ଗର୍ଭପାତ କରାଇଲେ । ଏନେଇ ପୀଡିତାଙ୍କ ଅଭିଯୋଗ ପରେ SOG ହାବିଲଦାର ପ୍ରେମସାଗର ବାରାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ  । ପ୍ରେମସାଗର ଚନ୍ଦକା SOG କ୍ୟାମ୍ପର ହାବିଲଦାର ଭାବେ କାର୍ଯ୍ୟକରୁଥିଲେ  । ଅଭିଯୋଗ ଅନୁସାରେ ଦୀର୍ଘ ୮ ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ  ।

ଭୁବନେଶ୍ବର ରେଣ୍ଟାଲ କଲୋନୀରେ ଉଭୟ ୮ ବର୍ଷ ହେବ ଏକାଠି ରହିଆସୁଥିଲେ  । ଅଧ୍ୟାପିକା ଜଣଙ୍କ ବିବାହ ପାଇଁ କହିବାରୁ ପ୍ରେମସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଉଥିଲେ  । ଏନେଇ ଯୁବତୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ  । ଖାଲି ଅଧ୍ୟାପିକା ନୁହଁନ୍ତି ଏକାଧିକ ଯୁବତୀଙ୍କଙ୍କ ସହ ପ୍ରେମସାଗରଙ୍କ ସମ୍ପର୍କ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି  ।