ଦେବାଳିଆ ହେଲା ଆଉ ଏକ ଦେଶ, ନିଜ ସଞ୍ଚିତ ଅର୍ଥ ଉଠାଇ ପାରୁନାହାନ୍ତି ଲୋକ

Lebanon Declares Bankruptcy Government Appeals IMF For Help

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଲେବାନନ । ଦେବାଳିଆ ହେଲା ଆଉ ଏକ ଦେଶ । ମଧ୍ୟପୂର୍ବ ଦେଶ ଲେବାନନକୁ ଦେବାଳିଆ ଘୋଷଣା କରିଛନ୍ତି ଉପ ପ୍ରଧାନମନ୍ତ୍ରୀ ଅଲ ଶମି । ଦେଶ ସହ କେନ୍ଦ୍ରୀୟ ବ୍ୟାଙ୍କ ଦେବାଳିଆ ହୋଇ ଯାଇଥିବା ସେ କହିଛନ୍ତି । ଲେବାନନ ମୁଦ୍ରା ଲେବନାନି ଲୀରା ମୂଲ୍ୟ ୯୦ ପ୍ରତିଶତ ଯାଏ ଖସି ଆସିଛି । ଜାତିସଂଘର କହିବା ଅନୁଯାୟୀ, ଲେବାନନର ୮୨ ପ୍ରତିଶତରୁ ଅଧକ ଲୋକ ଗରିବ ହୋଇ ଯାଇଛନ୍ତି ।

ସ୍ଥିତି ଉପରେ ଆଲୋଚନା କରି ଉପ ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷତି ଭରଣା ଦାୟିତ୍ୱ ଦେଶ, କେନ୍ଦ୍ରୀୟ ବ୍ୟାଙ୍କ ବାନକ୍ୟୁ ଡୁ ଲିବନ୍, ବ୍ୟାଙ୍କ ଓ ଜମାକର୍ତ୍ତାଙ୍କ ଉପରେ ରହିବ । ତେବେ କିଏ କେତେ ଟଙ୍କା ଭରିବେ ସେନେଇ କୌଣସି ସୂଚନା ନାହିଁ । ତେବେ ଦେଶ ଦେବାଳିଆ ହେବାର କାରଣ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଭୁଲ୍ ନୀତି ବୋଲି କହିଛନ୍ତି ଉପ ପ୍ରଧାନମନ୍ତ୍ରୀ ।

Lebanon Declares Bankruptcy Government Appeals IMF For Help

୨ ବର୍ଷ ଧରି ଆର୍ଥିକ ସଂକଟରେ ବୁଡ଼ି ରହିଥିଲା ଲେବାନନ । ୨୦୧୯ ଅକ୍ଟୋବରରେ ଲେବାନନରେ ଆର୍ଥିକ ସଂକଟ ଆରମ୍ଭ ହୋଇଥିଲା । ଦେଶର ଏଭଳି ଅବସ୍ଥା ପାଇଁ କ୍ଷମତାସୀନ ସରକାରର ଭ୍ରଷ୍ଟାଚାର ଦାୟୀ ବୋଲି କୁହାଯାଉଛି । ଏପରିକି ସରକାର ବିଗୁଡ଼ିଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ଲାଗି କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହେଉଛି । ଦେଶରେ ମୁଦ୍ରାସ୍ଫୀତି ୯୦ ପ୍ରତିଶତ ଯାଏ ଖସି ଆସିଛି । ଫଳରେ ଦେଶରେ ଦରଦାମ ବେଶ୍ ବଢ଼ି ଯାଇଛି । ଲୋକଙ୍କୁ ଖାଇବାକୁ ମିଳୁନାହିଁ । ଲେବାନନର ଅଧିକାଂଶ ଲୋକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି ।

ଇନ୍ଧନ ଅଭାବରୁ ଅଧିକାଂଶ ସମୟ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡ଼ୁଛି । ବିଶେଷ କରି ଆମଦାନୀ ଉପରେ ଲେବାନନ ନିର୍ଭର କରିଥାଏ । ଆର୍ଥିକ ସଂକଟ ପାଇଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବି ଖାଲି ହୋଇଯାଇଛି ଫଳରେ ଆମଦାନୀ ହୋଇ ପାରୁନାହିଁ । ବେରୋଜଗାରୀ ୪୦ ପ୍ରତିଶତ ବଢ଼ି ଯାଇଛି । ମହାମାରୀ କରୋନା ଲେବାନନର ସ୍ଥିତିକୁ ଆହୁରି ଖରାପ କରି ଦେଇଛି । ୨୦୨୦ରେ ବନ୍ଦରରେ ବିସ୍ଫୋରଣ ବି ଆର୍ଥିକ ସ୍ଥିତିକୁ ଜଟିଳ କରିଛି ।