ଧର୍ମଗଡ଼କୁ ଜଗିବ ସିସିଟିଭି: ସିସିଟିଭି ସର୍ଭେଲାନ୍ସ ସଂସ୍ଥାପନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡକୁ ଜଗିବ ସିସିଟିଭି । ଅପରାଧ ମୁକ୍ତ ହେବ ସହର । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଧର୍ମଗଡ ଗସ୍ତ କରି ୩୨ ଲକ୍ଷ ୫୨ ହଜାର ଟଙ୍କା ବ୍ୟୟରେ ସିସିଟିଭି ସର୍ଭେଲାନ୍ସ ସଂସ୍ଥାପନ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ସହରର ଚାରି ଛକ, ତିନି ଛକ, ବସଷ୍ଟାଣ୍ଡ ସମେତ ବିଜୁ ଏକ୍ସପ୍ରେସ ଗୋଲେଇ ଛକ ଭଳି ପ୍ରମୁଖ ୪୧ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥାକୁ ସାଧାରଣରେ ପ୍ରଶଂସା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଓ ସହର ବାସିନ୍ଦା ।