ମର୍ଣ୍ଣିଂ ଓ୍ବାକ ହେଲା କାଳ, ଟ୍ରକ୍ ଧକ୍କାରେ ଆଇନଜୀବୀଙ୍କ ମୃତ୍ୟୁ

ସମ୍ବଲପୁର: ମର୍ଣ୍ଣିଂ ଓ୍ବାକ ହେଲା କାଳ । ସଡ଼କ ଦୁର୍ଘଟଣାରେ ଆଇନଜୀବୀଙ୍କ ମୃତ୍ୟୁ । ସମ୍ବଲପୁର ସାକ୍ଷୀପଡା ବାଇପାସ ସରଲାକାନୀ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଆଇନଜୀବୀ ଜଣଙ୍କ ହେଉଛନ୍ତି ଉମେଶ ପ୍ରଧାନ । ଆଜି ସକାଳୁ ସେ ମର୍ଣ୍ଣିଂ ଓ୍ବାକରେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉମେଶ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଓକିଲ ସଂଘ । ଓକିଲ ସଂଘ ପକ୍ଷରୁ ଜାତୀୟ ରାଜପଥ ୫୩ ଅବରୋଧ କରାଯାଇଛି । ଜାତୀୟ ରାଜପଥ ଅବରୋଧ କରିବା ସହ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ।