ଦେଶର ମୂଳ ସମ୍ୱିଧାନରେ ରହିଛି ପ୍ରଭୁ ଶ୍ରୀରାମଙ୍କ ସ୍କେଚ୍: ଟ୍ୱିଟ୍ ଜରିଆରେ ଫଟୋ ସେୟାର କଲେ ମନ୍ତ୍ରୀ ରବିଶଙ୍କର

2 min read

ଅଯୋଧ୍ୟା:  ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ । ରାମ ମନ୍ଦିର ନିର୍ମାଣ ନେଇ ଆଜି ହୋଇଛି ଭୂମି ପୂଜନ । ଆଜିର ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ କରିଛନ୍ତି । ବିଗତ କିଛି ଦଶକରେ ରାମ ମନ୍ଦିର ନିର୍ମାଣ ନେଇ ବିବାଦ ଚାଲିଆସୁଥିଲା । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାମ ମନ୍ଦିର ନିର୍ମାଣ ନେଇ ରାସ୍ତା ପ୍ରଶସ୍ତ ହୋଇଛି । ଆଜିର ଏହି ଅବସରରେ ମନ୍ତ୍ରୀ ରବିଶଙ୍କର ଭାରତୀୟ ସମ୍ୱିଧାନର ମୂଳ ପୋଥିରେ ଭଗବାନ ଶ୍ରୀରାମଙ୍କ ଚିତ୍ର ରହିଥିବା ଫଟୋକୁ ସେୟାର କରିଛନ୍ତି । ଏଥିରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ଫେରୁଥିବା ସମୟର ଫଟୋ ସେୟାର କରାଯାଇଛି ।

ସମ୍ୱିଧାନର କେଉଁଠି ରହିଛି ଫଟୋ

ସମ୍ୱିଧାନର ଯେଉଁ ମୂଳ ନଥି ଯାହାକୁ ହାତରେ ଲେଖାଯାଇଛି, ତାହାର ପ୍ରତି ଅଧ୍ୟାୟ ଆରମ୍ଭର ପ୍ରଥମ ପୃଷ୍ଠାରେ କିଛି ଚିତ୍ର ରହିଛି । ତୃତୀୟ ଅଧ୍ୟାୟ ଆରମ୍ଭ ପୂର୍ବରୁ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଫଟୋ  ରହିଛି । ଏହି ଚିତ୍ର ପ୍ରଭୁ ଶ୍ରୀରାମ ରାବଣ ବଦ୍ଦ କରି ଫେରିବା ବେଳର ।

Leave a Reply