ଭାରତୀୟ ସେନା ଏନ୍‌କାଉଣ୍ଟରରେ ଟଳିଲା ଲସ୍କର କମାଣ୍ଡର

1 min read

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗରେ ଭାରତୀୟ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ପ୍ରାଣ ହରାଇଛି ଲସକର-ଏ-ତଏବାର ଜଣେ କମାଣ୍ଡର। ଏହି କମାଣ୍ଡରର ନାଁ ନିସାର ଡର ବୋଲି ସୂଚନା ମିଳିଛି। ସେହିପରି ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି।

ସ୍ଥାନୀୟ ସିରହମା ଅଞ୍ଚଳରେ ଘଟିଛି ଏହି ଏନକାଉଣ୍ଟର । ଏନେଇ ସୂଚନା ଦେଇଛନ୍ତି ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ ବିଜୟ କୁମାର । ଏହି ଘଟଣା ପରେ ଅନନ୍ତନାଗର କେତେକ ଅଞ୍ଚଳରେ ଇଣ୍ଟରନେଟ ସେବା ବିଚ୍ଛିନ୍ନ କରାଯାଇଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ କୁଲଗାଓଁ ଜିଲ୍ଲା ଡିଏଚ ପୋରା ଅନ୍ତର୍ଗତ ଚିକିସମଦରେ ଘଟିଛି ଆଉ ଏକ ଏନକାଉଣ୍ଟର।

ସୂଚନା ମୁତାବକ, ଘାଟିକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀ ଓ ପୁଲିସ ମିଳିତ ଭାବେ ଅପରେସନ୍‌ ଚଳାଇଛନ୍ତି। ବୁଧବାର ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋନିଆନ୍‌ର ହରିପୁରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ ଓ ସୁରକ୍ଷାବଳ ମିଶି ପୂରା ଅଞ୍ଚଳକୁ ଘେରି ଯାଇଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।