ସ୍ଥଳଭାଗ ଛୁଇଁଲା ‘ବୁଲ୍‌ବୁଲ୍’: ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର/ନୂଆଦିଲ୍ଲୀ: ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସ୍ଥଳଭାଗ ଛୁଇଁଲା ‘ବୁଲ୍‌ବୁଲ୍‌’। ୨ରୁ ୩ ଘଣ୍ଟା ଯାଏଁ ଜାରି ରହିବ ଏହି ପ୍ରକ୍ରିୟା ।  ଏବେ ପବନର ବେଗ ୧୨୦-୧୩୦ ରହିଥିବା ବେଳେ ଏହା ବଢ଼ି ୧୪୫-୧୫୦କିମି ପର୍ଯ୍ୟନ୍ତ ଯାଇପାରେ । ଆସନ୍ତା ୨ଘଣ୍ଟା ମଧ୍ୟରେ ଧିରେ ଧିରେ ଏହା ଦୁର୍ବଳ ହୋଇ ସିଭିୟର ସାଇକ୍ଳୋନିକ୍‌ ଷ୍ଟର୍ମ ରୂପ ନେଇ ଉତ୍ତର-ପୂର୍ବ ଆଡ଼କୁ ଗତ କରିବ  । ବାଂଲାଦେଶ ଉପକୂଳ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ, ସୁନ୍ଦରବନ ତ୍ରିକୋଣଭୂମି ଦେଇ ଏହା ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୧୦ରୁ ୧୩୫ କିମି ରହିବ । ଏହାର ପ୍ରଭାବରେ ଆଗାମୀ ୩ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ବର୍ଷା ଓ ୧୦ରୁ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ')}

Leave a Reply