ପ୍ରଧାନ ଶିକ୍ଷକଙ୍କ ପରିଧାନ ପସନ୍ଦ ନ ଆସିବାରୁ ବର୍ଷିଲେ DM; ଏଭଳି କହିଲେ, IAS ଏବଂ IPS ଅଧିକାରୀ

1 min read

ପାଟଣା: ଡିଷ୍ଟ୍ରିଟ ମାଜିଷ୍ଟ୍ରେଟଙ୍କୁ ପସନ୍ଦ ଆସିଲାନି ପ୍ରଧାନଶିକ୍ଷକଙ୍କ ପୋଷାକ । ପ୍ରଧାନଶିକ୍ଷକଙ୍କ କୁର୍ତ୍ତା ପାଇଜାମାରେ ଉତକ୍ଷୀପ୍ତ ହୋଇପଡ଼ିଲେ ଡିଏମ୍‌ । ତାଙ୍କୁ ହେଡମାଷ୍ଟ୍ରରଙ୍କ ପୋଷାକ ଏତେ ଖରାପ ଲାଗି ଯେ, ସେ ସ୍ଥାନ, ବେଳ ଓ କାଳ ମଧ୍ୟ ଭୁଲିଗଲେ । ସ୍କୁଲର ଛାତ୍ର ଏବଂ ଗଣମାଧ୍ୟମ ସାମ୍ନାରେ ଶିକ୍ଷକଙ୍କ ପ୍ରତି ଅତ୍ୟନ୍ତ କଡ଼ା ଭାଷା ପ୍ରୟୋଗ କଲେ । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହୋଇଛି ।

ଆଉ ଏହି ଭାଇରାଲ ଭିଡିଓ ଜରିଆରେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତୁ ବହୁ ଆଇପିଏସ୍ ଏବଂ ଆଇଏଏସ୍ । ଆଇଆରଟିଏସ୍‌ ସଞ୍ଜୟ କୁମାର ମାମଲା ସମ୍ପର୍କରେ ଟ୍ୱିଟ୍ କରି ଡିଏମ୍‌ଙ୍କ ବ୍ୟବହାରର ନିନ୍ଦା କରିଛନ୍ତି । ସେ ଭିଡିଓଟିକୁ ସେୟାର କରିବା ସହ ଲେଖିଛନ୍ତି ଜଣେ ଲିଡରଙ୍କୁ ସର୍ବସାଧାରଣରେ ନିଜ୍ ଟିମ୍‌ ସଦସ୍ୟଙ୍କୁ ନିଚ୍ଚା ଦେଖାଇବା ଉଚିତ୍ ନୁହଁ । ଏଭଳି ବ୍ୟବହାର ନିନ୍ଦନୀୟ । ଏଭଳି ଦୁର୍ବ୍ୟବହାର କରିବା ଅନେକ ଲୋକଙ୍କୁ ଖୁସି ଲାଗେ । ଏଣୁ ସେ କଭରେଜ୍ ପାଇଁ ଟିମ୍ ନେଇ ଯାଆନ୍ତି । ନିଜକୁ କଠୋର ଏବଂ ବୁଦ୍ଧିମାନଭାବେ ଦେଖେଇହୁଅନ୍ତି ।

IRTS Tweet

ସେହିଭଳି ୧୯୮୫ ମସିହାର ଆଇଏଏସ୍ ଅଧିକାରୀ ସଞ୍ଜୀବ ଗୁପ୍ତା କହିଛନ୍ତି, କୋଲୋନିୟଲ୍ ମାନସିକତା ସହିତ ଏଭଳି ଅସଭ୍ୟ ବ୍ୟବହାର କରିବା ଏକ ସିଭିଲ୍ ସର୍ଭେଣ୍ଟଙ୍କ ପାଇଁ ନିନ୍ଦନୀୟ । ଭାରତୀୟ ପରିଧାନ ନେଇ ଶିକ୍ଷକଙ୍କୁ ସମାଲୋଚନା ଆଦୌ ଗ୍ରହଣୀୟ ନୁହେଁ । ଆଇଆଇଟି କାନପୁରର କିଛି ଶିକ୍ଷକ ଏବଂ ଆମେ ମଧ୍ୟ କୁର୍ତ୍ତା ପାଇଜାମା ପରିଧାନ କରୁଥିଲୁ । ମୁଁ ଏହି ଘଟଣା ସମ୍ପର୍କରେ  ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଛି ।

ସେହିଭଳି ଆଇପିଏସ୍ ଅରୁଣ ବୋଥ୍ରା ମଧ୍ୟ ଘଟଣାକୁ କିଛି ପ୍ରଶ୍ନ କରିଛନ୍ତି । ଜଣେ ଟ୍ୱିଟର ବ୍ୟବହାରକାରୀ ଦ୍ୱରା ଘଟଣାକୁ ନେଇ ପଚରାଯାଇଥିବା ପ୍ରଶ୍ନର ସହିତ ସେ ଆଉ ୨ଟି ପ୍ରଶ୍ନ ଯୋଡ଼ିଛନ୍ତି । ସେ ଲେଖିଛନ୍ତି ଜଣେ ଛାତ୍ରଭାବରେ ନିଜ ଶିକ୍ଷକଙ୍କୁ ଅପମାନିତ ହେଉଥିବା ଦେଖିବା କିଭଳି ଅନୁଭବ କରିବେ? ବରିଷ୍ଠ ସରକାରୀ ଅଧିକାରୀଙ୍କ ଜଣଙ୍କ ଟିଭି କଭରେଜ୍ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଯିବା କିଭଳି ଟ୍ରେଣ୍ଡ ?

ବିହାର ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦୀପକ କୁମାର ସିଂହ ଟ୍ୱିଟ୍ କରି ସୂଚିତ କରିଛନ୍ତି ଯେ, କାମ ବଦଳରେ ଶିକ୍ଷକଙ୍କୁ ଦରମା ମିଳିବା ଉଚିତ୍ ।  ହାଇକୋର୍ଟଙ୍କ ଆଦେଶର ଏକ କପି ଟ୍ୱିଟରରେ ସେୟାର କରିବା ସହ କାମ ବଦଳରେ ଶିକ୍ଷକଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ ଥିବା ଦର୍ଶାଇବା ସହ ଦରମା ବନ୍ଦ ନକରିବାକୁ କହିଛନ୍ତି ।