ବିଚାର ବିଭାଗୀୟ ହାଜତକୁ ଗଲା ଆଶିଷ ମିଶ୍ରା, ସୋମବାର ଶୁଣାଣି
1 min readଲକ୍ଷ୍ନୌ: ଲଖିମପୁ ଖିରି ହିଂସା ଘଟଣାରେ ଆଶିଷ ମିଶ୍ରା ଓରଫ ମୋନୁକୁ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଘଣ୍ଟା ଜେରା ପରେ ଗିରଫ କରାଯାଇଛି । ସୂଚନା ଅନୁସାରେ ଆଶିଷକୁ ହତ୍ୟା, ଦୁର୍ଘଟଣାରେ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ଓ ଅବହେଳାର ସହ ଗାଡ଼ି ଚଳାଇବା ଆଦି ଧାରାରେ ଗିରଫ କରାଯାଇଛି । ଆଶିଷ ତଦନ୍ତରେ ସହଯୋଗ ନକରିବାରୁ ଗିରଫ କରାଯାଇଥିବା କହିଛନ୍ତି ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ।
"Matter to be heard on Monday- October 11 over whether he should be sent to police custody or not. For the time being, he will be in judicial custody," said Avdesh Kumar, Ashish Mishra's lawyer pic.twitter.com/a2gaH4QsPb
— ANI UP/Uttarakhand (@ANINewsUP) October 9, 2021
ଆଶିଷ ମିଶ୍ରା ଶନିବାର ରାତି ଲଖିମପୁର ଜେଲରେ କାଟିଛି । ସୋମବାର ମାମଲାର ଶୁଣାଣି ହେବ । ରାତିରେ ହିଁ ଏସାଇଟି ଆଶିଷ ମିଶ୍ରାକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରିଥିଲା । ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ତଦନ୍ତକାରୀ ସଂସ୍ଥା ଏସଆଇଟି ଆଶିଷକୁ ପ୍ରାୟ ୧୨ ଘଣ୍ଟାର ଜେରାରେ ୪୦ଟି ପ୍ରଶ୍ନ ପଚାରିଥିଲା । ଆଶିଷ ଗୋଟିଏର ଉତ୍ତର ବି ଦେଇ ନାହିଁ । ୩ ଅକ୍ଟୋବରର ୨ଟା ୩୬ରୁ ୩ଟା ୩୦ ମଧ୍ୟରେ ଆଶିଷ କେଉଁଠି ଥିଲା ? ଏ ପ୍ରଶ୍ନର ବି କୌଣସି ଉତ୍ତର ଦେଇ ନାହିଁ ଆଶିଷ ମିଶ୍ରା ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଶନିବାର ସକାଳ ୧୦ଟା ୩୮ରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲା । ରାତି ୧୧ଟା ଯାଏଁ ପଚରାଉଚରା ପରେ ଆଶିଷକୁ ଗିରଫ କରିଛି ଏସଆଇଟି ।