spot_img

Latest Posts

ଲଦାଖରେ ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ, ଭାସିଗଲେ ୫ ଯବାନ

ଲଦାଖ: ଲଦାଖ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅଘଟଣ। ଯବାନମାନେ ଦୌଲତ ବେଗ ଓଲଡି ନିକଟରେ ନଦୀ ପାର ହେଉଥିବା ବେଳେ ଭାସିଗଲା ସେନା ଟ୍ଯାଙ୍କ। ନଦୀରେ ଅକସ୍ମାତ ଫ୍ଲାସ ଫ୍ଲଡ ଆସିବାରୁ ଭାସି ଯାଇଥିଲା ଟ୍ଯାଙ୍କ। ଦୁର୍ଘଟଣାରେ ୫ ସୈନ୍ଯଙ୍କ ମୃତ୍ଯୁ ସୂଚନା। ମୃତକଙ୍କ ମଧ୍ଯରେ ଜଣେ ଜୁନିଅର କମିଶନ ଅଫିସର ବା ଜେସିଓ ରହିଥିବା ସୂଚନା ମିଳିଛି। ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଯବାନମାନେ ଟି-୭୨ ଟ୍ଯାଙ୍କରେ ଟ୍ରେନିଂ ମିସନରେ ଯାଇ ମନ୍ଦିର ମୋର୍ ଇଲାକାରେ ନଦୀ ପାର ହେଉଥିଲେ। ହଟାତ୍ ଫ୍ଲାସ ଫ୍ଲଡ ଆସିବାରୁ ଭାସି ଯାଇଥିଲା ଟ୍ଯାଙ୍କ। ସେଠାରେ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଲେହଠାରୁ ୧୪୮ କିଲୋମିଟର ଦୂରରେ ଘଟିଛି ଅଘଟଣ।

ଏହି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଗତ କିଛି ଦିନ ଧରି ଲଦାଖ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ନଦୀରେ ଫ୍ଲାସ ଫ୍ଲଡ ଆସିବା ଦେଖାଯାଉଛି। କୁଲ୍ଲୁ ଓ କାନୁର ଜିଲ୍ଲାରେ ବ୍ଯାପକ ଲ୍ଯାଣ୍ଡ ସ୍ଲାଇଡ ହେବା ଦେଖିବାକୁ ମିଳୁଛି।

Latest Posts

Don't Miss