ଯମୁନାର ପବିତ୍ର ପାଣି ନୁହେଁ, ପ୍ରଦୂଷଣର ଫେଣ ଭିତରେ ଛଟ୍ ପୂଜା

1 min read

ଛଟ୍ ପୂଜା ବେଳେ ଯମୁନା ନଦୀର ଏକ ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି  । ଫଟୋରେ ଦେଖା ଯାଉଛି ଯେ ଦୁଇ ଜଣ ମହିଳା ଯମୁନା ନଦୀରେ ଛଟ୍ ପୂଜା କରୁଥିବା ବେଳେ ପ୍ରଦୂଷଣ ଯୋଗୁଁ ଯମୁନା ନଦୀର ପାଣି ଫେଣମୟ ହୋଇଯିବା ସହ ଆକାଶ ଧୂଆଁମୟ ହୋଇପଡ଼ିଛି ।

ଆମେ କହିରଖୁଛୁ ଯେ ବିଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ  ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଭୋଗୁଛନ୍ତି । ଏହା ପ୍ରଭାବରେ ଯମୁନା ନଦୀର ପାଣି ବି ପ୍ରଦୂଷିତ ହୋଇ ଫେଣଯୁକ୍ତ ହୋଇଯାଇଛି  । ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

  ')}

Leave a Reply