କୁଏତରେ ଭୀଷଣ ଅଗ୍ନିକାଣ୍ଡ, ୪୦ ଭାରତୀୟ ମୃତ

1 min read

ନୂଆଦିଲ୍ଲୀ : କୁଏତ ଦକ୍ଷୀଣ ମଂଗାଫର ଏକ ବିଲ୍ଡିଂରେ ହୋଇଥିବା ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳୁଛି । କୁଏତ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଜାରି ବୟାନ ଅନୁସାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଗୋଟିଏ ହେଲ୍ପ ଲାଇନ୍ ଜାରି କରାଯାଇଛି ।

ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ୍ସ’ରେ ପୋଷ୍ଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି ଯେ, ଦୁର୍ଘଟଣା ଖବର ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି ।ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଓ ୫୦ ଜଣ ଆହତ ହୋଇଥିବା ସେ ଲେଖିଛନ୍ତି । ଗୋଟିଏ ବିଲ୍ଡିଂରେ ରହୁଥିଲେ ୧୬୦ରୁ ଅଧିକ ଶ୍ରମିକ
ରିପୋର୍ଟ୍ ଅନୁସାରେ ବୁଧବାର ସକାଳ ୪.୩୦ ମିନିଟରେ ଶ୍ରମିକ ରହୁଥିବା କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିଲା ।ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା । ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଶ୍ରମିକ ଆପାର୍ଟମେଣ୍ଟରୁ ଲମ୍ଫ ମାରିଥିଲେ । ଲମ୍ଫ ମାରିଥିବା କିଛି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ।

Image
ମଙ୍ଗାଫରେ ରୁହନ୍ତି ବିଦେଶୀ ଶ୍ରମିକ

ମଙ୍ଗାଫରେ ବିଦେଶୀ ଶ୍ରମିକ ରୁହନ୍ତି । କୁଏଟର ଉପ-ପ୍ରଧାନମନ୍ତ୍ରୀ ଶେଖ ଫହଦ ଅଲ ୟୁସୁଫ୍ ସକାଳରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଦୁର୍ଘଟଣା ପାଇଁ ସେ ରିୟଲ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଲୋଭ ପାଇଁ ଏଭଳି ହୋଇଛି ବୋଲି କୁଏଟ ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି ।