ଓଲିଙ୍କ ଇସାରା, ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ କରୁଛି ଷଡ଼ଯନ୍ତ୍ର ଭାରତ

1 min read
KP Sharma Oli says India is plotting to remove me as Prime Minister of Nepal

କାଠମାଣ୍ଡୁ: ସଂକଟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଚୌକି । କ୍ଷମତାସୀନ୍ ନେପାଳ କମ୍ୟୁନିଷ୍ଟ ପାର୍ଟି ଭିତରେ ଶୀତଳ ଯୁଦ୍ଧ, ଦେଶରେ ସରକାରଙ୍କ ବିରୋଧରେ ଲୋକଙ୍କ ରାଗ ଉପରୁ ନଜର ହଟାଇବାକୁ ନୂଆ ଚାଲ୍ ଖେଳିଛନ୍ତି କେପି ଶର୍ମା ଓଲି । ନିଜ ଦଳ ଭିତରେ ଦେଖା ଦେଇଥିବା ଗୋଷ୍ଠୀ କନ୍ଦଳକୁ ନେଇ ସେ ଭାରତ ଉପରେ ଦୋଷ ଲଦିଛନ୍ତି । ଇସାରା ଇସାରାରେ ଭାରତକୁ ଆକ୍ଷେପ କରି କହିଛନ୍ତି ଏକ ଦୂତାବାସ ମୋ ସରକାର ବିରୋଧରେ ହୋଟେଲରେ ଷଡ଼ଯନ୍ତ୍ର ରଚୁଛି ।

ଓଲିଙ୍କ ଅଭିଯୋଗ

FILE

ମଦନ ଭଣ୍ଡାରୀଙ୍କ ୬୯ତମ ଜୟନ୍ତୀରେ ଯୋଗ ଦେବା ଅବସରରେ କେପି ଶର୍ମା ଓଲି କହିଛନ୍ତି- ତାଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । କିନ୍ତୁ ଏହା ଅସମ୍ଭବ ଅଟେ । ସେ ଦାବି କରିଛନ୍ତି କାଠମାଣ୍ଡୁର ଏକ ହୋଟେଲରେ ତାଙ୍କୁ ପଦରୁ ହଟାଇବା ପାଇଁ ବୈଠକ ହୋଇଛି । ଏହି ବୈଠକରେ ଏକ ଦୂତାବାସ ମଧ୍ୟ ସାମିଲ ରହିଛି ।

ସେ କହିଛନ୍ତି- ସଂଶୋଧିତ ନେପାଳ ନକ୍ସାରେ ଭାରତୀୟ ଜମିକୁ ଦେଖାଯିବା ପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି । ମୋତେ ପଦରୁ ହଟାଇବା ପାଇଁ ଦୌଡ଼ ଚାଲିଛି । ତେବେ, ନେପାଳର ରାଷ୍ଟ୍ରୀୟତା କମଜୋର ହୋଇନାହିଁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଓଲିଙ୍କ ଦଳରେ ଶୀତଳ ଯୁଦ୍ଧ ଚାଲିଛି । ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ ଦହଲ ‘ପ୍ରଚଣ୍ଡ’ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ଆଲୋଚନା କରିବା ପରେ ଇସ୍ତଫା ଦେବାକୁ କହିଛନ୍ତି । ଯଦି, ପ୍ରଧାନମନ୍ତ୍ରୀ ପଦରୁ ଓଲି ଇସ୍ତଫା ନ ଦିଅନ୍ତି ସେ ଦଳକୁ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

କ୍ଷମତା ପାଇଁ ସେନା ସାହାରା

ପ୍ରଚଣ୍ଡ ଆଉ ଏକ ଖୁଲାସା କରିଛନ୍ତି- ପ୍ରଧାନମନ୍ତ୍ରୀ ଓଲି ନିଜେ ଆସନ ବଞ୍ଚାଇବା ପାଇଁ କୌଣସି ବି ସ୍ତରକୁ ଖସିପାରନ୍ତି । ପ୍ରଧାନମନ୍ତ୍ରୀ ଚୌକି ପାଇଁ ଓଲି ସେନାର ସାହାଯ୍ୟ ନେଉଛନ୍ତି । ଏପରିକି ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମଣ୍ଡଳକୁ ଅପମାନିତ କରୁଥିବା କହିଛନ୍ତି ।

Leave a Reply