ଧଳା ଚାଦରରେ ଘୋଡ଼େଇ ହେଲା ବ୍ଲାକ୍ ପାଗୋଡ଼ା

ପୁରୀ  : ମଙ୍ଗଳବାରର ଶୀତୁଆ ସକାଳରେ ଘନ କୁହୁଡ଼ିର ପରଶ । ଚାରିଆଡେ ବିଛେଇ ହୋଇ ପଡ଼ିରହିଛି କୁହୁଡି, ସୃଷ୍ଟି କରିଛି ଧଳା ଚାଦରର ଭ୍ରମ । ଓଡ଼ିଶାର ପ୍ରମୁଖ ଭାସ୍କର୍ଯ୍ୟଥିବା ସୂର୍ଯ୍ୟମନ୍ଦିର, କୋଣାର୍କ ଆଉ ଦେଖାଯାଉନି । ସକାଳୁ ସକାଳୁ କୋଣାର୍କରେ ଏତେ କୁହୁଡ଼ି ହୋଇଥିଲା ଯେ, ସୂର୍ଯ୍ୟମନ୍ଦିର ଅଛି କି ନାହିଁ ଜଣାପଡୁନଥିଲା ।

ଚାରିଆଡେ କୁହୁଡ଼ି ଭରି ହୋଇ ରହିଥିଲା । ମନ୍ଦିରକୁ ପାଖକୁ ଗଲେ ହିଁ ଦୃଶ୍ୟମାନ ହେଉଥିବା ବେଳେ ଗେଟ୍ ପାଖରୁ ଦେଖିଲେ କିଛି ନଥିବା ଭଳି ମନେହେଉଥିଲା । ପ୍ରକୃତିର ଏ ବିଚିତ୍ର ଦୃଶ୍ୟ ଥିଲା ଖୁବ୍ ନିଆରା । କେହି କେହି କୋଣାର୍କରେ କହୁଥିଲେ କୁହୁଡି ଢାଙ୍କିଛି, ସୂର୍ଯ୍ୟ ଆସିଲେ ଧଳା ଚାଦର ଆପେ ଆପେ ଖୋଲି ହେଇଯିବ । ରାତି ୩ଟାରୁ କୁହୁଡି ସକାଳ ୮ଟା ଯାଏଁ ରହିଥିଲା କୋଣାର୍କରେ ।

Leave a Reply