କୋଣାର୍କରେ ଅଶାନ୍ତ ହେଉଛି ସମୁଦ୍ର, ଭାଙ୍ଗିଲା ମେରାଇନ ଡ୍ରାଇଭ ପାଖ ପଥର ବନ୍ଧ

1 min read

କୋଣାର୍କ: କୋଣାର୍କରେ ଅଶାନ୍ତ ହେଉଛି ସମୁଦ୍ର । ଉଚ୍ଚ ଢେଉ ମାଡ଼ରେ ଭାଙ୍ଗି ଯାଇଛି କୋଣାର୍କ- ପୁରୀ ମେରାଇନ୍ ଡ୍ରାଇଭ ପାଖ ପଥର ବନ୍ଧ । ବିଭିନ୍ନ ସ୍ଥାନରେ ଅତଡ଼ା ଖସିବାରୁ ମେରାଇନ ଡ୍ରାଇଭ ପ୍ରତି ବିପଦ ସୃଷ୍ଟି ହୋଇଛି । ଢେଉ ମାଡ଼ରେ ଦୁଇଟି ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଥିଲା ବେଳେ ବିଭାଗ ପକ୍ଷରୁ ମରାମତି କାମ କରାଯାଇଛି ।

ଅଶାନ୍ତ ସମୁଦ୍ର ଗର୍ଭରେ ଉପକୂଳ ଦିନକୁ ଦିନ ଲୀନ ହେବାରେ ଲାଗିଛି । ସମୁଦ୍ର କୂଳରେ ଥିବା ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି । ସମୁଦ୍ରର ଭୟଙ୍କର ରୁପ ଦେଖି ଉପକୂଳିଆ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ ବହ୍ଲା ପକାଯାଇ ସ୍ଥିତି ଆୟତ୍ତ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।