କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା : ଜାଣନ୍ତୁ କଣ ହୋଇଥିଲା ଅନ୍ତିମ ସଂସ୍କାର ଦିନ

ନନ୍ଦିଘୋଷ ବ୍ୟୁରୋ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିବାବେଳେ ଏଯାବତ ଉତ୍ତେଜନା ପରିସ୍ଥିତି ଶାନ୍ତ ହୋଇନାହିଁ । ତେବେ ଏହି ଘଟଣା ଦିନ କଣ ଘଟିଥିଲା । ଏବଂ କାହିଁକି ଶୀଘ୍ର ଶୀଘ୍ର ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ତେବେ କାହିଁକି ତରବରିଆ ଭାବେ ଦାହ କରାଯାଇଥିଲା । ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାନିଘାଟ ଶ୍ମଶାନରେ ମହିଳା ଡାକ୍ତରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ସେହିଦିନ କଣ ହୋଇଥିଲା? ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ମଶାନଘାଟ ଇନଚାର୍ଜ ମ୍ୟାନେଜର ।

ମୃତକଙ୍କ ମା ସେହିଦିନ ଘଟଣାରେ କୌଣସି ହସ୍ତକ୍ଷେପ କରିନଥିଲେ । ଏହାସହ ସେ କହିଛନ୍ତି କି, ଅନ୍ୟଦିନ ଅପେକ୍ଷା ସେହିଦିନ ଅଧିକ ଶବ ଦାହ ପାଇଁ ପାନିଘାଟକୁ ଆସିଥିଲା । ଆମେ ଟିଭି ଦେଖି ଜାଣିଥିଲୁ କି, ମହିଳା ଡାକ୍ତରଙ୍କ ଶବ ମଧ୍ୟ ଏଠାକୁ ଆସିବ । ଏହା ପୂର୍ବରୁ ଭିଡ଼ ହେବ ଭାବି ଆମେ ମଧ୍ୟ ପ୍ରସ୍ତୁତ ରହିଥିଲୁ । କିନ୍ତୁ ମୃତଦେହ ପହଞ୍ଚିବା ପୂର୍ବରୁ ଶ୍ମଶାନ ଆଗରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ବିଧାୟକଙ୍କ ସହ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସ ଉପସ୍ଥିତିରେ ଅନ୍ୟ ଶବକୁ ରଖାଯାଇ ପ୍ରଥମେ ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ପୂର୍ବରୁ ୨ଟି ଶବ ରହିଥିଲା । ମାତ୍ର ସେମାନଙ୍କୁ ଅପେକ୍ଷା କରିବା ପାଇଁ ଅନୁରୋଧ କରାଯାଇଥିଲା । ଏବଂ ଡାକ୍ତରଙ୍କ ଶବକୁ ପ୍ରଥମେ ଦାହ କରାଯାଇଥିଲା ।