ମ୍ୟାଚ ଜିତିଲା- ସିରିଜ କବ୍ଜା କଲା

1 min read

ହାଇଦ୍ରାବାଦ: ୨-୧ ସିରିଜ କବ୍ଜା କଲା ଭାରତ । ତୃତୀୟ ଟି୨୦ ମ୍ୟାଚ ଜିତିଲା ଭାରତ ।  ୬ ୱିକେଟରେ ହାରିଛି କଙ୍ଗାରୁ ବାହୀନୀ  ।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଥିଲରା ।  ସେପଟେ ଦ୍ୱିତୀୟ ଇଂନିସରେ ଖେଳି ଭାରତ ୧୯.୫ ଓଭରରେ ୪ ୱିକେଟ ହରାଇ ୧୮୭ ରନ କରିଛି । ଏହା ସହିତ  ୨-୧ ରେ ସିରିଜ ଜିତି ନେଇଛି ଟିମ୍ ଇଣ୍ଡିଆ ।

ଟସ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା । ଓପନର କେମରନ ଗ୍ରୀନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦଳୀୟ ସ୍କୋର ୪ ଓଭରରେ ୫୦ ରନ ଅତିକ୍ରମ କରିଥିଲା । ସେ ୨୧ ବଲରୁ ୭ଟି ଚୌକା ଏବଂ ୩ଟି ଛକା ସହିତ ୫୨ ରନର ଇନିଂସ ଖେଳି ଆଉଟ୍‌ ହୋଇଥିଲେ । ସେପଟେ ଅଧିନାୟକ ଆରୋନ ଫିଞ୍ଚ ଅକ୍ଷର ପଟେଲଙ୍କ ବଲରେ ବଡ ସଟ୍‌ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବାରା କ୍ୟାଚ୍‌ ଆଉଟ ହୋଇ ୭ ରନ କରି ପାଭଲିୟନ ଫେରିଥିଲେ । ସେହିପରି ଟିମ ଡେଭିଡ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେପଟେ କୋହଲି ଏବଂ ସୂର୍ଯ୍ୟ କୁମାରଙ୍କ ଦମଦାର ବ୍ଯାଟିଂ ଭାରତକ ବିଜୟ ପଥକୁ ସୁଗମ କରିଥିଲା  । ଉଭୟେ ଅର୍ଦ୍ଧ ଶତକ ହାସଲ କରିଥିଲେ ।