ମେଦବହୁଳ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା, ଫୁସଫୁସ ସଂକ୍ରମଣ ଓ ହାର୍ଟ ଆଟାକ୍ ଆଶଙ୍କା

ମେଦବହୁଳ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା । ମେଦ ବହୁଳ ରୋଗୀଙ୍କୁ କରୋନାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଥିବା ବେଳେ ସେମାନଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଅଧିକ ଆବଶ୍ୟକ ହେଉଛି । ଯାହାକି ବର୍ତ୍ତମାନ ଉଦବେଗର ବିଷୟ ପାଲଟିଛି ବୋଲି କହିଛନ୍ତି ଡାକ୍ତର ।

ମୋଟା ଲୋକଙ୍କୁ କରୋନା ଘାତକ । ମେଦ ବହୁଳତା ଥିଲେ ସଂକ୍ରମଣ କାଳ । ଫୁସଫୁସ ସଂକ୍ରମଣ ଓ ହାର୍ଟ ଆଟାକ୍ ଆଶଙ୍କା । ଘରେ ରହି ଯୋଗ ଓ ବ୍ୟାୟାମ କରିବାକୁ ପରାମର୍ଶ । ମେଦବହୁଳ ରୋଗୀଙ୍କ ପାଇଁ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ସେମାନଙ୍କ ଶରୀରରେ ବଡି ମାସ୍ ଇଣ୍ଡେକ୍ସ ସ୍ୱାଭାବିକ ନଥିବାରୁ ଅକ୍ସିଜେନ ଲେବୁଲ ଠିକ୍ ରହୁନାହିଁ । ଫଳରେ କରୋନା ଆକ୍ରାନ୍ତ ହେଲେ ସେମାନଙ୍କର ଭେଣ୍ଟିଲେଟର ଆବଶ୍ୟକୀୟ ହୋଇପଡୁଛି । ବର୍ଷକ ମଧ୍ୟରେ ମାତ୍ରାଧିକ ଓଜନ ବଢିଥିବା ଲୋକଙ୍କ କ୍ଷେତ୍ରରେ କରୋନା ପଜିଟିଭ ସଂଖ୍ୟା ଅଧିକ ଥିବାବେଳେ ଫୁସଫୁସ ଉପରେ ଅତିରିକ୍ତ ଚାପ ପଡୁଛି । ହୃତପିଣ୍ଡ ସଂକ୍ରମଣ ର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ଯେଉଁଥିପାଇଁ କୋଭିଡରୁ ଆରୋଗ୍ୟ ଲାଭ କରିବା ପରେ ମଧ୍ୟ ରୋଗୀଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟୁଛି ।

ଫ୍ୟାଟ କମାଇବା ପାଇଁ ନିୟମିତ ବ୍ୟାୟାମ ଓ ଯୋଗର ଆବଶ୍ୟକତା ରହିଛି । ଲକଡାଉନରେ ଘରେ ରହି ଦିନକୁ ୨ ଘଣ୍ଟା ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଯଦି କେହି ପ୍ରଥମ କରୋନା ଲହରରେ ଆକ୍ରାନ୍ତ ହୋଇ ଏବେ ସୁସ୍ଥ ଅଛନ୍ତି ତେବେ ଫିଜିଓଥୋରାପି ମଧ୍ୟ କରିବା ଆବଶ୍ୟକ । ଯୁବବର୍ଗ ଟିକା ନେବା ସହ ନିୟମିତ ବ୍ୟାୟାମ କଲେ ଏହି ଭୟାବହ ମହାମାରୀ କୁ ମାତ୍ ଦିଆଯାଇପାରିବ ।

କରୋନାର ଭୟାବହତା ଦୃଷ୍ଟିରୁ ଡାକ୍ତରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନହୋଇ ଯୁବବର୍ଗ ନିଜ ଫିଟନେସ ମନ୍ତ୍ରକୁ ଗୁରୁତ୍ୱ ଦେବାକୁ ବିଶେଷଜ୍ଞ କହିଛନ୍ତି ।

Leave a Reply