spot_img

Latest Posts

ସୈଫଙ୍କୁ ଛୁରାମାଡ଼ ଘଟଣା : ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହେଜାଦକୁ ନେଇ ମୁମ୍ବାଇ ପୋଲିସର ସିନ ରିକ୍ରିଏସନ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହେଜାଦକୁ ନେଇ ମୁମ୍ବାଇ ପୋଲିସର ସିନ ରିକ୍ରିଏସନ। ମହମ୍ମଦ ଶରିଫୁଲ ଇସଲାମ ଓରଫ ବିଜୟ ଦାସକୁ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ନେଇ ସିନ ରିକ୍ରିଏଟ କରିଥିଲା ପୋଲିସ। କେମତି ଘଟାଇଥିଲା ଏ କାଣ୍ଡ ସବୁ ପୋଲିସକୁ ଖୋଲି କହିଛି ଅଭିଯୁକ୍ତ। ମାମଲାରେ ୫ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି ମୁମ୍ବାଇ ପୋଲିସ। ମହାରାଷ୍ଟ୍ର ଠାଣେରୁ ତାକୁ ଗିରଫ କରିଥିଲା। ସେ ଜଣେ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି। ଯାଞ୍ଚ ବେଳେ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନଥିଲା। ଚୋରି କରିବାକୁ ଆସି ସୈଫଙ୍କ ଘରେ ପଶିଥିଲା ଅଭିଯୁକ୍ତ। ୫ରୁ ୬ ମାସ ହେଲା ମୁମ୍ବାଇରେ ନାଁ ବଦଳାଇ ରହୁଥିଲା ବିଜୟ। ଏକ ହାଉସକିପିଂ ଏଜେନ୍ସିରେ କାମ କରୁଥିଲା ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ-୯ ଡିସିପି। ସୈଫଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି। ଘଟଣାର ୭୨ ଘଣ୍ଟା ପରେ ୩୫ ଜଣିଆ ଟିମ୍ ବିଜୟକୁ ଗିରଫ କରିବାରେ ସଫଳ ହୋଇଛି। ଗତ ୧୬ ତାରିଖରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ଫ୍ଲାଟରେ ହମଲା ହୋଇଥିଲା। ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ରିକ୍ସାରେ ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅପରେସନ ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି।

Latest Posts

Don't Miss