IPL ଉଦଘାଟନୀ ମ୍ୟାଚ: ଚେନ୍ନାଇକୁ ହରାଇ କେକେଆର ବିଜୟୀ

ମୁମ୍ବାଇ: ଆଇପିଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି କେକେରା । ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ୬ ଓ୍ବିକେଟରେ ହରାଇଛି କୋଲକାତା । ମହେନ୍ଦ୍ର ସିଂ ଧୋନୀଙ୍କ ଲଢୁଆ ଅର୍ଦ୍ଧଶତକ ବୃଥା ଯାଇଥିବା ବେଳେ କେକେଆର ପକ୍ଷରୁ ଆଜିଙ୍କ ରାହାଣେ ସର୍ବାଧିକ ୪୪ ରନ୍ କରି କୋଲକତା ବିଜୟରେ ନାୟକ ସାଜିଛନ୍ତି । ପ୍ରଥମ ବ୍ୟାଟିଂ କରି ଚେନ୍ନାଇ କରିଥିଲା ୧୩୧ ରନ୍ କରିଥିଲା । ୧୩୨ ରନର ବିଜୟ ଲକ୍ଷ୍ୟକୁ କେକେରା ୧୮.୩ ଓଭରରେ ବିଜୟ ହାସଲ କରି ନେଇଥିଲା ।

ରାହାଣେ 6 ଚୌକା ଓ ଗୋଟିଏ ଛକା ସହାୟତାରେ ୪୪ ରନ୍ କରିଥିଲେ । ଭେଙ୍କଟେଶ ଆୟର ୧୬ ବଲରୁ ୧୬ ରନ କରିଥିବା ବେଳେ ନିତିଶ ରାଣା ୨୧, ଅଧିନାୟକ ଶ୍ରୀୟାସ ଆୟର ୨୦, ଏସ. ବିଲ୍ଲିଂସ୍ ୨୫, ଏସ. ଜ୍ୟାକସନ୍ ଅପରାଜିତ ୩ ରନ୍ କରିଥିଲେ । ଚେନ୍ନାଇ ତରଫରୁ ବ୍ରାଭୋ ୩ଟି ଓ୍ବିକେଟ ନେଇଥିବା ବେଳେ ମିଚେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଚେନ୍ନାଇ ପକ୍ଷରୁ ଧୋନି ସର୍ବାଧିକ ଅପରାଜିତ ୫୦ ରନ୍ କରିଥିବା ବେଳେ ରବିନ୍ ଉତ୍ଥାପ୍ପା ୨୮ ରନ୍, ରବୀନ୍ଦ୍ର ଜାଡ଼େଜା ଅପରାଜିତ ୨୬ ରନ୍, ଅମ୍ବାତି ରାୟୁଡୁ ୧୫ ରନ୍ କରିଥିଲେ । ସେହିଭଳି କେକେଆର୍ ପକ୍ଷରୁ ଉମେଶ ଯାଦବ ୨ଟି ୱିକେଟ୍ ନେଇଥିବା ବେଳେ ବରୁଣ ଓ ଆନ୍ଦ୍ରେ ରୁସଲେ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।