ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ କେ.କେ.ବି.ଏନ ସଂଗଠନରେ ସକ୍ରିୟ ମାଓ ନେତ୍ରୀ

କନ୍ଧମାଳ: ମାଟିରେ ମିଶୁଛି ମାଓଗଡ଼ । ଜଣକ ପରେ ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ । ଏବେ ଆଉ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲ୍ଲିକ । ବାଲିଗୁଡା ଥାନା କୁଟିକିଆ ଅଞ୍ଚଳରେ କାନ୍ତିଙ୍କ ଘର । କାନ୍ତି ବହୁ ଦିନ ଧରି କେ.କେ.ବି.ଏନ ସଂଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ।

ଏବେ ସେ ରାଜ୍ୟ ସରକାର ମାଓ ଅଞ୍ଚଳରେ କରୁଥିବା ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି । ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କନ୍ଧମାଳ ପୋଲିସର ମନୋବଳ ବଢ଼ାଇଛି । ଆଗାମୀ ଦିନରେ ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପକ୍ଷରୁ ଆହ୍ଵାନ ଦିଆଯାଇଛି ।

ଉପାନ୍ତରେ ବିକାଶ କରିବାକୁ ଗୋଟେପଟେ ସରକାର ସଂକଳ୍ପବଦ୍ଧ ରହିଥିବାବେଳେ ଅନ୍ୟପଟେ ଦିନକୁ ଦିନ ବିଧ୍ୱଂସ ହେବାରେ ଲାଗିଛି ଲାଲ ଶିବିର  । କାରଣ ମାଲକାନଗିରିରୁ ମାଥିଲି ସବୁଠି ପହଁଚି ପାରିଛି ସରକାରଙ୍କ ବିକାଶ ଗାଡ଼ି  । ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଙେଉ ଅବା ଅପହଞ୍ଚ ହୋଇ ଥିବା ଗାଁ ଗୁଡ଼ିକରେ ସଡ଼କ ଏବଂ ଶିକ୍ଷା ବ୍ୟବସ୍ଥା ସୁଧାରିବାରେ ରାଜ୍ୟ ସରକାର ଏନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ତେଣୁ ଅନେକ ମାଓବାଦୀ ସରକାରଙ୍କ ବିକାଶ ପ୍ରକ୍ରିୟାରେ ସାମିଲ ହେବା ସହ ମୁଖ୍ୟ ସ୍ରୋତକୁ ଫେରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି  ।

Leave a Reply