ଭାରତ ଫେରିଲେ ଜାଭେଲିନ୍ ଷ୍ଟାର ଓଡ଼ିଆ ପୁଅ କିଶୋର ଜେନା

ନନ୍ଦିଘୋଷ ବ୍ୟୁରୋ: ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଭାରତ ଫେରିଛନ୍ତି ଜାଭେଲିନ ଷ୍ଟାର ଓଡ଼ିଆ ପୁଅ କିଶୋର ଜେନା  । ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ପ୍ରଥମ ଓଡିଆ ଭାବେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ କିଶୋର । ଫାଇନାଲରେ ପହଞ୍ଚି ନିଜର ଦମଦାର ପ୍ରଦର୍ଶନ ବଳରେ ପଞ୍ଚମ ସ୍ଥାନ ହାସଲ କରିଥିଲେ । ଭାରତ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିଶୋର  । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଶି ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ । ଓଡ଼ିଶା ସରକାର କ୍ରୀଡା ବିକାଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ପୂର୍ବରୁ ଓଡ଼ିଶା ଅନେକ ଖେଳରେ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଜାଭେନିଲ ଥ୍ରୋରେ ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ଭାଗନେଇ ଗୌରବ ମନେ କରିଛନ୍ତି କିଶୋର  । ଆଗକୁ ଏସିଆ ଗେମ୍ସ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି କିଶୋର କହିଛନ୍ତି ।