ବେଲୁନ ଗ୍ୟାସ୍ ସିଲିଣ୍ଡର ଫାଟି ୪ ମୃତ

କୋଲକାତା: ବେଲୁନ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ୱ ଗୁରୁତର । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲା ସ୍ଥିତ ଜୟନଗର ଅଞ୍ଚଳର ବାଟରା ଗାଁରେ ଘଟିଛି ଏହି ଅଘଟଣ । ଏକ ମେଳାରେ ବହୁ ଦୋକାନ ବଜାର ବସି ଥିବା ବେଳେ ଏକ ବେଲୁନ ଗ୍ୟାସ ସିଲିଣ୍ଡ ହଠାତ ଫାଟି ଯାଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଳାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ ।