ମାନବବାଦୀ ସଂଗଠନ ମୁଖ୍ୟ ଗିରଫ, ସହିଦ ନଗର ବାସଭବନରୁ ଉଠାଇନେଲା ପୋଲିସ
1 min read
ଭୁବନେଶ୍ୱର: ଗିରଫ ହେଲେ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ । ସହିଦ ନଗର ସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ସେପଟେ ପୋଲିସ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇନେବା ବେଳେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ମାନସ ଦାସ । ଭାଇରାଲ ଭିଡିଓ ପରେ ସାମ୍ନାକୁ ଆସିଥିଲା ମାନସ ଦାସଙ୍କ ଚେହେରା । ଖୋର୍ଦ୍ଧାରେ ବାପ-ପୁଅଙ୍କୁ ମାଡ ମରାଯାଉଥିବା ନେଇ ପ୍ରଥମେ ଭିଡିଓ ଭାଇରାଲ ହୋଇଥିଲା । ଅନ୍ୟପଟେ ମାନସଙ୍କ ନାଁରେ ହତ୍ୟା ଓ ନିର୍ଯାତନା ମାମଲା ରହିଛି । ଏପରିକି ତାଙ୍କ ସଂଗଠନ ନାଁରେ ମଧ୍ୟ ବିଭିନ୍ନ ଅଭିଯୋଗ ରହିଛି ।
ସେପଟେ ଭିଡିଏ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ କରିଥିଲେ ନିର୍ଯ୍ୟାତନାର ଶିକାର ହୋଇଥିବା ବ୍ୟକ୍ତି ମାଗୁଣି ନାୟକ । ମିଳିଥିବା ସୂଚନା ମୁତାବକ ସାଧାରଣ ଲୋକଙ୍କୁ ଏହି ସଙ୍ଗଠନରେ ସାମିଲ କରାଯାଉଥିଲା ଏବଂ ଯେଉଁମାନେ ସଂଗଠନ ପାଇଁ କାମ କରୁନଥିଲେ ସେମାନଙ୍କୁ ଅତର୍କିତ ମାଡ ମାରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଅନେକ ଲୋକଙ୍କୁ ଜୀବନରୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ଏହି ସବୁ ମାମଲାରେ ପ୍ରତ୍ୟେକ୍ଷ ଭାବେ ମାନସ ଦାସଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।