spot_img

Latest Posts

ଅପହରଣ ଘଟଣାର ତଦନ୍ତ ବେଳେ ଠକେଇର ପର୍ଦ୍ଦାଫାସ୍

ଭୁବନେଶ୍ୱର: ରାଜାଧନୀ ଉପକଣ୍ଠରୁ ଅପହରଣ କଲେ, ଆଉ ଖୋର୍ଦ୍ଧାରୁ ବନ୍ଧା ହେଲେ। ଆଉ ଯିଏ ଅପହରଣ ହୋଇ ଥିଲେ ସେ ବି ବନ୍ଧା ହେଲେ।। ଏଭଳି ଏକ ରୋମଞ୍ଚକ ଘଟଣାର ପରଦାଫାସ କରିଛି ଚନ୍ଦକା ଥାନା ପୋଲିସ।

ଘଟଣା ଟି ଥିଲା ଏମିତି, ଅନ୍ଧାରୁଆ ଅଂଚଳର ଦୀପାଞ୍ଜଳୀ ଆପାର୍ଟମେଣ୍ଟରେ ରହୁଥିବା ସଦାନନ୍ଦ ବେହେରା, ପ୍ରୋମଦ ମହାନ୍ତି ଓ ସନ୍ତୋଷ ପଟନାୟକ ନାମକ ଦୁଇ ଜଣ ଯୁବକଙ୍କୁ ପୋଲିସରେ ଚାକିରୀ ଦେବାକୁ କହି ତାଙ୍କଠୁ ୩ ଲକ୍ଷ ଟଙ୍କା ନେଇଥିଲେ। ଦୁଇ ବର୍ଷ ପରେ ଟଙ୍କା କି ଚାକିରୀ ନ ଦେବାରୁ ଟଙ୍କା ପାଇବା ପାଇଁ ଗତ ୯ ତାରିଖରେ ସଦାନନ୍ଦକୁ ଅନ୍ଧାରୁଆ ମାଳିମା ମନ୍ଦିର ନିକଟରୁ ଅପହରଣ କରିଥିଲେ ୨ ଜଣ ଯୁବକ। ସଦାନନ୍ଦଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀ କୁ ଫୋନ କରି ସାଢ଼େ ୩ ଲକ୍ଷ ମାଗିଥିଲେ।

ଅପହରଣ ନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ନମ୍ବରକୁ ଟ୍ରାକ କରି ପୋଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ ଚଢ଼ାଉ କରିବା ପରେ ଅପହରଣକାରୀ ଓ ଅପହୃତାକୁ କାବୁ କରିଥିଲେ। ପରେ ପୋଲିସର ତଦନ୍ତ ବେଳେ  ପୁରା ଘଟଣା ସାମ୍ନାକୁ ଆସିଥିଲା।  ଯାହାପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ଗିରଫ କରିବା ସହ ସଦାନନ୍ଦକୁ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଛି । ସଦନାଦ ଏମିତି କେତେ ଜଣଙ୍କ ଠାରୁ ଠକେଇ କରିଛି ପୋଲିସ ତା’ର ତଦନ୍ତ ଜାରି ରଖିଛି। ୩ ଜଣଙ୍କୁ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

Latest Posts

Don't Miss