ଜାଲ ନମ୍ବର ପ୍ଲେଟ ଲଗାଇ ମିନିଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗଜପତିରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ଟିମ୍।  ଜାଲ ନମ୍ବର ପ୍ଲେଟ ଲଗାଇ ମିନିଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଡ଼ିବସିଲା ଖୋର୍ଦ୍ଧା ଏବଂ ବାଲୁଗାଁ ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ । ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଏକ ବାଇକ୍ ଏବଂ ମିନିଟ୍ରକକୁ ଧରିଛି ଏହି ସ୍ଵତନ୍ତ୍ର ଟିମ୍। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗଜପତିରୁ ପୁରୀ କୁ ଏହି ଗଞ୍ଜେଇ ସବୁ ପ୍ୟାକ୍ କରାଯାଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ପରିମାଣ ୯ କୁଇଣ୍ଟାଲ ରୁ ଅଧିକ ହେବ। ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଜବତ ଟ୍ରକ୍ ରେ ଏକାଧିକ ଜାଲ ନମ୍ବର ପ୍ଲେଟ ରଖାଯାଇ ରାସ୍ତାରେ ପୋଲିସ ଏବଂ ଅବକାରୀ ବିଭାଗକୁ ଚକମା ଦେଇ ଏହି ରାକେଟ ଖସି ଯାଉଥିବା ତଦନ୍ତ ବେଳେ ଜଣାପଡିଛି।