କଳିଙ୍ଗ ଷ୍ଟାଡିୟମରେ ଖୋଲିବ ଖୋଖୋ ଏକାଡେମୀ

Kho Kho Academy To Be Establish In Kalinga Stadium

ଭୁବନେଶ୍ୱର: କବାଡି ପରି ଗାଁ ଗାଁରେ ପହଞ୍ଚିବ ଖୋ ଖୋ । ଏନେଇ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ଖୋଲିବ ଖୋଖୋ ଏକାଡେମୀ । ଏଥିସହ ବହୁମୁଖି ଇନଡୋର ଷ୍ଟାଡିୟମର ନିର୍ମାଣ କରାଯିବ । ଇନଡୋର ଷ୍ଟାଡିୟମରେ ସିନ୍ଥେଟିକ ମ୍ୟାଟର ବ୍ୟବସ୍ଥା ରହିବ । ଖୋ ଖୋ ଅଲମ୍ପିକ ଗେମ୍ ହୋଇ ନଥିଲେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । କେବଳ ଅନ୍ତର୍ଜାତୀୟ ବା ବଡ଼ ବଡ଼ ଖେଳ ନୁହେଁ, ବରଂ ଦେଶର ନିଜସ୍ୱ ଖେଳକୁ ଗାଁ ଗାଁ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିବା କହିଛନ୍ତି କ୍ରୀଡ଼ା ସଚିବ ।

Kho Kho Academy To Be Establish In Kalinga Stadium

ସେପଟେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିଅନସିପ୍ । ଆଜି ଠାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଆସନ୍ତା ୨୬ ତାରିଖ ଯାଏଁ ଚାଲିବ । ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ମୋଟ ୫୩ଟି ଟିମ୍ ଆସିଥିବା ବେଳେ ୬୩୬ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ୨୮ଟି ବାଳକ ଓ ୨୫ ଟି ବାଳିକା ଟିମ୍ ସାମିଲ୍ ଅଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା କିଟ୍‌ ଇନଡୋର ଷ୍ଟାଡିୟମରେ ଖେଳାଯାଉଛି ।

Leave a Reply