ପିଏମ୍ ମୋଦିଙ୍କ ନିର୍ବାଚନ ରାଲି ଉପରେ ଆତଙ୍କୀ ଆକ୍ରମଣ ଆଶଙ୍କା, ଆଲର୍ଟରେ ସୁରକ୍ଷା ଏଜେନ୍ସି
1 min readନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଆକ୍ରମଣ ନେଇ ଷଡ଼ଯନ୍ତ୍ର । ନିଷିଦ୍ଧ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଜୁଡ଼ିତ ସଂସ୍ଥା ‘ଜଷ୍ଟିସ୍ ଫର୍ ଶିଖ୍’ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ପିଏମଙ୍କ ନିର୍ବାଚନ ସଭା ସହ ଅନ୍ୟ କାର୍ଯ୍ୟକ୍ରମରେ ଆକ୍ରମଣ ପାଇଁ ଯୋଜନା କରିଛି । ଆକ୍ରମଣ ଆଶଙ୍କାକୁ ନେଇ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛନ୍ତି । ବିହାରରେ ପିଏମ୍ ମୋଦିଙ୍କ ହେବାକୁ ସମସ୍ତ ନିର୍ବାଚନୀ ସଭାରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ତୁଳନାରେ ଆହୁରି ମଜଭୁତ୍ ସହ କଡ଼ାକଡ଼ି କରାଯାଇଛି ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ୟୁନିଟ୍ ଲଗାତାର ବିହାର ୟୁନିଟର ଅଧିକାରୀଙ୍କ ସହିତ ସମ୍ପର୍କରେ ଅଛନ୍ତି । ଏବଂ ଜରୁରୀ ସୂଚନା ଆଦାନପ୍ରଦାନ କରୁଛନ୍ତି । ଏଥିସହ ବିହାରର ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଗୁଇନ୍ଦା ଅଧିକାରୀ ମିଳୁଥିବା ସୂଚନା ସେୟାର କରୁଛନ୍ତି ।
ଖଲିସ୍ତାନୀ ଆତଙ୍କବାଦୀ ଓ ‘ଜଷ୍ଟିସ୍ ଫର୍ ଶିଖ୍’ ନାଁରେ ଅଭିଯାନ ଚଳାଇଥିବା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବହୁଦିନ ହେଲା ଭାରତ ସରକାରଙ୍କ ବିରୋଧରେ ଦେଶର ଯୁବକଙ୍କୁ ଉସୁକାଉଛି । ସେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ସୋସିଆଲ୍ ମିଡିଆ, ମେଲ, ମେସେଜ୍ ମାଧ୍ୟମରେ ବିଷାକ୍ତ ଭାବନାକୁ ପ୍ରେରିତ କରୁଛି । ପନ୍ନୁ ପାକିସ୍ତାନ ପ୍ରରୋଚନାରେ ଆମେରିକାର ନ୍ୟୁୟର୍କ ସହରରେ ରହି ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି (ISI) ଇସାରାରେ ଭାରତରେ ଆତଙ୍କବାଦ ବୃଦ୍ଧି ଓ ଯୁବକଙ୍କୁ ବିପଥଗାମୀ କରିବା ଲାଗି ନିୟମିତ ଷଡ଼ଯନ୍ତ୍ର କରୁଛି । ଏହି ଷଡ଼ଯନ୍ତ୍ର ପ୍ରକାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ସଭା ଓ ସମ୍ବୋଧନ ବେଳେ ଆକ୍ରମଣ ଓ ଆଇନ୍ ଆଗରେ ଅଶୋଭନୀୟ ଆଚରଣ କରିବା ଲାଗି ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲା ।
ଯାଞ୍ଚ ଏଜେନ୍ସି ଜାଣନ୍ତି, ପନ୍ନୁର ଏଭଳି ଘୋଷଣାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ, ଜାରି ହୋଇଥିବା ବିଶେଷ ଆଲର୍ଟ ପ୍ରକାରେ କୌଣସି ଅଘଟଣକୁ ଏଡ଼ାଇବା ଲାଗି ସ୍ୱତନ୍ତ୍ର ଅପରେସନ୍ କରୁଛନ୍ତି । ନିଷିଦ୍ଧ ଆତଙ୍କୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ବିରୋଧରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସହ ସ୍ଥାନୀୟ ଗୁଇନ୍ଦା ଓ ପୋଲିସ ମଧ୍ୟ ନଜର ରଖିଛନ୍ତି ।
ଗୁଇନ୍ଦା ଅନୁସାରେ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା ଓ ପାକିସ୍ତାନ ଏବଂ ତାର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇଏସ୍ ଭଲ ସତ୍କାର ସହ ଅଧିକରୁ ଅଧିକ ଫଣ୍ଡିଂ ଆଶାରେ ଗୁରପତୱନ୍ତ ସିଂହ ପନ୍ନୁର ଏଭଳି କରୁଛି ।
୨୦୧୩ ପାଟଣା ରାଲିରେ ଫୁଟିଥିଲା ବୋମା
ଏହା ପୂର୍ବରୁ ୨୦୧୩ ଅକ୍ଟୋବର ୨୭ରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରାଲିକୁ ଆତଙ୍କବାଦୀ ଟାର୍ଗେଟ୍ କରିଥିଲେ । ମୋଦି ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପାଟଣାର ଐତିହାସିକ ଗାନ୍ଧି ମୈଦାନରେ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିଲେ । ରାଲି ବେଳେ ଆତଙ୍କୀ ଭିଡ଼ରେ ଗୋଟିଏ ପରେ ଗୋଟିଏ ବୋମା ପକାଇଥିଲେ । ତେବେ, ବୋମାର ତୀବ୍ରତା କମ୍ ଓ ସୁରକ୍ଷାବଳ ଏବଂ ବିହାର ପୋଲିସର ସତର୍କତା ଯୋଗୁଁ ମୋଦି ସୁରକ୍ଷିତ ଥିଲେ । ଏହି ଆକ୍ରମଣ ନିଷିଦ୍ଧ ଆତଙ୍କୀ ସଂଗଠନ ସିମି କରିଥିଲା ।