ସୋସିଆଲ୍ ମିଡିଆରୁ ଲଭ୍, ବ୍ରେକଅପ୍ ହେବାରୁ ଏସିଡ୍ ଫିଙ୍ଗିଲା ପ୍ରେମିକା

Kerala Punishment For Breakup Girl Friend Acid Attack To Youth

ଥିରୁବନନ୍ତପୁରମ: ଧୋକା ଦେଲା, ଆଖି ଚାଲିଗଲା । ବୟଫ୍ରେଣ୍ଡକୁ ଏସିଡ୍ ମାଡ଼ କଲା ପ୍ରେମିକ । ବ୍ରେକଅପ୍ ହେବା ପରେ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି ପ୍ରେମିକା । ଏଭଳି ଅଭାବନୀୟ ଘଟଣା କେରଳର ଇଡକ୍କି ଜିଲ୍ଲାର ଆଦିମାଳିରେ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଯୁବକଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଗୁରୁତର ଯୁବକଙ୍କୁ ଥିରୁବନନ୍ତପୁରମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି ।

ଅଭିଯୋଗ ଅନୁସାରେ, ଥିରୁବନନ୍ତପୁରମ୍ ଜିଲ୍ଲାର ପୂଜାପ୍ପରାର ଅରୁଣ କୁମାରଙ୍କ ଉପରେ ଇଡକ୍କି ଜିଲ୍ଲାର ୩୫ ବର୍ଷୀଅ ଶିବା ଏସିଡ୍ ଫିଙ୍ଗିଛନ୍ତି । ଏସିଡ୍ ଆକ୍ରମଣରେ ଅରୁଣଙ୍କ ଏକ ଆଖି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ, ଅରୁଣର ଗର୍ଲଫ୍ରେଣ୍ଡ ଶିବା ବ୍ରେକଅପ୍ ପରେ ରାଗି ଯାଇ ଏସିଡ୍ ଫିଙ୍ଗିଛି ।

ଅରୁଣ, ଶିବା ଦୁହେଁ ଦୁହିଁଙ୍କୁ ସୋସିଆଲ୍ ମିଡିଆରେ ଚିହ୍ନି ଥିଲେ । ପରେ ଏହା ଭଲ ପାଇବାରେ ପରିଣତ ହୋଇଥିଲା । ପୋଲିସ ଅନୁସାରେ, ଅରୁଣ ଅନ୍ୟ ଜଣେ ଝିଅକୁ ବିବାହ କରିବା ନେଇ ଶିବା ଅରାଜି ଥିଲା । ପରେ ଉତକ୍ଷିପ୍ତ ହୋଇ ଏସିଡ୍ ଫିଙ୍ଗିଥିଲା । ୧୬ ନଭେମ୍ବର ଦିନ ପ୍ରାୟ ୧୦ଟା ୩୦ରେ ଶିବା, ଅରୁଣକୁ ଚର୍ଚ୍ଚ ନିକଟକୁ ଡାକି ଏସିଡ୍ ଫିଙ୍ଗି ଦେଇଥିଲା । ଏଥିରେ ଚେହେରା ସହ ହାତ ଜଳି ଯାଇଥିଲା ।  ପୋଲିସ ଘଟଣାର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ।

Leave a Reply