ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ଅଲ୍ଲୀ ଆକବରଙ୍କ ନୂଆ ନାମ କ’ଣ ହେବ ଜାଣନ୍ତୁ…

ଥିରୁଅନନ୍ତପୁରମ୍: ଥିଲେ ମୁସଲମାନ ହେବେ ହିନ୍ଦୁ । ମୁସଲମାନ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହେବାକୁ ଯାଉଛନ୍ତି ମାଲାୟାଲମ ଫିଲ୍ମ ମେକର ଅଲ୍ଲୀ ଆକବର । ଅଲ୍ଲୀ ଆକବରଙ୍କ ସହ ତାଙ୍କ ପୂରା ପରିବାର ମୁସଲମାନ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି । ତାମିଲନାଡୁର କୁନ୍ନୁରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ ସହିଦ ହେବା ପରେ ଏପରି ନିଷ୍ପତି ନେଇଛନ୍ତି ଅଲ୍ଲୀ ଆକବର । ସିଡିଏସ୍ ବିପିନ ରାଓ୍ୱତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ କିଛି ମନ୍ତବ୍ୟ ପରେ ଏପରି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ଅଲ୍ଲୀ ଆକବର । ଅଲ୍ଲୀ ଆକବର ଲାଇଭ୍ ଭିଡିଓରେ ସିଡିଏସ ବିପିନ ରାଓ୍ୱତଙ୍କ ମୃତ୍ୟୁ ପରେ ଯେଉଁ ମାନେ ଖୁସି ମନାଇଥିଲେ ସେମାନଙ୍କୁ ନିନ୍ଦା କରିଥିଲେ ।

ବୁଧବାର ଅଲ୍ଲୀ ଆକବର କହିଥିଲେ କି ମୋର ମୁସଲମାନ ଧର୍ମ ଉପରୁ ବିଶ୍ବାସ ଉଠିଯାଇଛି । ଏଥିପାଇଁ ମୁଁ ଏବଂ ମୋର ପତ୍ନୀ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛୁ । ଧର୍ମ ପରିବର୍ତ୍ତନ କରିବା ପରେ ସେ ତାଙ୍କ ନୂଆ ନାଁ ମଧ୍ୟ ସିଲେକ୍ଟ କରିଛନ୍ତି । ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ସେ ଅଲ୍ଲୀ ଆକବରରୁ ରାମସିମହନ ହେବାକୁ ଯାଉଛନ୍ତି ।

ଅଲ୍ଲୀ ଆକବର ଲାଇଭ୍ ଭିଡିଓରେ ହେଲିକପ୍ଟର ଦୁର୍ଘଟଣାରେ ସେନା ଅଧିକାରୀଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆାରେ ଯେଉଁମାନେ ଖୁସି ମନାଇଥିଲେ ସେମାନଙ୍କୁ ନିନ୍ଦା କରିଥିଲେ ଅଲ୍ଲୀ । ସାମ୍ପ୍ରଦାୟିକ ପ୍ରତିକ୍ରିୟା ଦେଖିବା ପରେ ଅଲ୍ଲୀ ଆକବର ତାଙ୍କ ପୁରୁଣା ଫେସବୁକ ଆକାଉଣ୍ଟ ବନ୍ଦ କରି ଏକ ନୂଆ ଆକାଉଣ୍ଟ କରି ଧର୍ମ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛନ୍ତି । ଅଲ୍ଲୀ ଆକବର ଆହୁରି କହିଛନ୍ତି କି ସେ ତାଙ୍କ ଝିଅଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିବେ ନାହିଁ । ସେ ତା’ର ପସନ୍ଦରେ ଯାହା ନିଷ୍ପତି ନେବ ବୋଲି କହିଛନ୍ତି ଅଲ୍ଲୀ ଆକବର ।

 

Leave a Reply