spot_img

Latest Posts

କେନ୍ଦୁଝର ପଣ୍ଡାପଡ଼ା ଥାନା ଅଞ୍ଚଳରେ ପୋଲିସ-ଗୋରୁ ମାଫିଆ ମୁହାଁମୁହିଁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଗୁଳିମାଡ଼। ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ୩ଟି ଚୋରା ଗୋରୁ ଚାଲାଣ ଗାଡି ଯାଉଥିବା ବେଳେ ଖବର ପାଇ ପୋଲିସ ଗାଡ଼ିକୁ ଅଟକାଇଥିଲା। ହେଲେ ଏହି ସମୟରେ ପୋଲିସ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ ଗୋରୁମାଫିଆ। ପରେ ପୋଲିସର ପାଲଟା ଗୁଳିମାଡ଼ରେ ଜଣେ ଗୋରୁ ମାଫିଆ ଆହତ ହୋଇଥିବା ସୂଚନା। ଗୋରୁ ମାଫିଆର ଆଣ୍ଠୁରେ ବାଜିଛି ୨ଟି ଗୁଳି। ଆହତ ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରି ଅଧିକ ଖୋଳତାଡ଼ ଚଳାଇଛି ପୋଲିସ । ଆହତ ଗୋରୁମାଫିଆ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସାଆନ୍ତରାପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Latest Posts

Don't Miss