କେନ୍ଦ୍ର ସାହିତ୍ୟ ଏକାଡେମୀର ୬ ଦିନିଆ କାର୍ଯ୍ୟକ୍ରମ ‘ସାହିତ୍ୟ ଉତ୍ସବ’ ଜାରି

ନୂଆଦିଲ୍ଲୀ: ଗତକାଲିଠୁ ଆରମ୍ଭ ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀର ୬ ଦିନିଆ କାର୍ଯ୍ୟକ୍ରମ ” ସାହିତ୍ୟ ଉତ୍ସବ” ଫେଷ୍ଟିଭାଲ ଅଫ ଲେଟର । ଆଜି ଦ୍ୱିତୀୟ ଦିନରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଏକାଠି ହୋଇ ତାଙ୍କ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ଚକ୍ର ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ନିଜ ପୁସ୍ତକ ସମ୍ବନ୍ଧରେ ବିସ୍ତୃତ ଭାବେ କହିଛନ୍ତି । ଏହା ସହ ନିଜ ପୁସ୍ତକ ଲେଖିବାର ପ୍ରେରଣାର ଉତ୍ସ ବିଷୟରେ ମଧ୍ୟ ନିଜ ନିଜ ମଧ୍ୟରେ ଆଲୋଚନା କରିଥିଲେ ।

ସାହିତ୍ୟ ଏକାଡେମୀ ଏହିଭଳି ଅଭିନବ ପ୍ରୟାସକୁ ଲେଖକ ଲେଖିକା ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ର ଏହି ଉତ୍ସବ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଆ ରେ ୨୦୨୨ ବର୍ଷ ପାଇଁ କବି ତଥା ଲେଖିକା ଗାୟତ୍ରୀବାଳା ପଣ୍ଡା ଏହି ସମ୍ମାନ ଜନକ ପୁରସ୍କାର ପାଇଛନ୍ତି । କବିତା ସଂକଳନ ” ଦୟାନଦୀ ” ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି। ପୁରସ୍କାର ସ୍ୱରୂପ ୧ ଲକ୍ଷ୍ୟ ଟଙ୍କା ଏବଂ ତାମ୍ର ଫଳକ ତାଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

କଳିଙ୍ଗ ଯୁଦ୍ଧ ଉପରେ ୬୪ଟି କବିତା ସେ ଏହି ପୁସ୍ତକରେ ଲେଖିଥିବା କହିଛନ୍ତି । ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟର ଏହି ପୁରସ୍କାର ୨୩ ଭାଷାରେ ପ୍ରଦାନ କରାଯାଉଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ କବିତା ସଙ୍କଳନ “ଦୟାନଦୀ” ୨୦୧୭ ମସିହାରେ ପକ୍ଷୀଘର ପ୍ରକାଶନ ଦ୍ଵାରା ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୧୧ ରେ ସେ କବିତା ସଂକଳନ “ଗାଆଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ୨ ଥର ପୁରସ୍କୃତ ହେବାରେ ସେ ପ୍ରଥମ ଓଡ଼ିଆ କବି ।