ପୁଣି ବିଜେପିକୁ ଟାର୍ଗେଟ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ବିଜେପି ଉପରେ ପୁଣିଥରେ ବର୍ଷିଛନ୍ତି । ଦିଲ୍ଲୀ ବିଧାନସଭାରେ ଫ୍ଲୋର ଟେଷ୍ଟକୁ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି କି,  ଏହି ଗୃହ କେବଳ ଆମର । ଆମର ସଂଖ୍ୟା ଗରିଷ୍ଠତା ରହିଛି। ଆମର ଦୁଇ ବିଧାୟକ ଆସି କହିଛନ୍ତି କି, ବିଜେପି ନେତାମାନେ ସେମାନଙ୍କୁ ଯୋଗାଯୋଗ କରୁଛନ୍ତି । ତେବେ ଆମେ ଏହାକୁ କିଭଳିଭାବେ ପ୍ରମାଣ ଦେବୁ । ବେଳେବେଳେ ସେମାନେ ସମ୍ପର୍କୀୟଙ୍କ ଘର କିମ୍ବା ପାର୍କରେ ଭେଟ ହୁଅନ୍ତି । ସେପଟେ ଷଷ୍ଠଥର ଲାଗି ଇଡି ନୋଟିସ ହୋଇଥିବାବେଳେ କେଜ୍ରିଓ୍ବାଲ କହିଛନ୍ତି ବିଜେପି ଜାଣିଶୁଣି ତାଙ୍କୁ ଫସାଇବାକୁ ଚାହୁଁଛି । ଯଦିଓ ସେମାନେ ଚକ୍ରାନ୍ତ କରି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରନ୍ତି କିନ୍ତୁ ମୋର ଚିନ୍ତାଧାରାକୁ କେବେ ଗିରଫ କରିପାରିବେ ନାହିଁ । ଏବେ ଲୋକମାନେ ପାଚରୁଛନ୍ତି କି, ମୋଦୀ କେଜ୍ରିଓ୍ବାଲଙ୍କୁ ହଟାଇବାକୁ ଚାହୁଁଛନ୍ତି କି? ଏବେ ବିଜେପିକୁ ଆମ ଆଦମୀ ପାର୍ଟୀ ଚ୍ୟାଲେଞ୍ଜ କରୁଛନ୍ତି । ୨୦୨୪ରେ ଯଦି ବିଜେପି ନହାରେ ତାହେଲେ ୨୦୨୯ରେ ଦେଶରୁ ବିଜେପିକୁ ଆପ ମୁକ୍ତି କରିବ ।

ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ଆମକୁ ଫସାଇବା ପାଇଁ ବହୁତ ଚକ୍ରାନ୍ତ କରା ହେଉଛି । କିନ୍ତୁ ଆମକୁ କୋଟି କୋଟି ଲୋକ ଭଲ ପାଇବା ଦେଉଛନ୍ତି । ଲୋକଙ୍କ ଆଶୀର୍ବାଦ ଆମ ସହ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ବିଧାୟକଙ୍କୁ ବିଜେପ କିଣୁଥିବାବେଳେ ଏତେ ଟଙ୍କା କେଉଁଠୁ ଆସୁଛି ବୋଲି ମଧ୍ୟ କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି । ସେପଟେ କେଜ୍ରଓ୍ବାଲ କହିଛନ୍ତି କି ଆପ ପୂଣ୍ୟ ରାଜନୀତି କରୁଥିବାବେଳେ ଭାଜପା ପାପ ରାଜନୀତି କରୁଛି । ଲୋକଙ୍କ ହୃଦୟରେ ଆମେ ରହିଛୁ ।