ଜେଲରେ ରହିବେ କେଜ୍ରିଓ୍ବାଲ, ଲାଗିଲା ହାଇକୋର୍ଟ ଝଟକା

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ସେହି ଜେଲରେ ରହିବେ । ତଳ କୋର୍ଟ ଦେଇଥିବା ରାୟ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ । ତଳ ଅଦାଲତ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ହାଇକୋର୍ଟ ଏହାକୁ ବାତିଲ କରିଛନ୍ତି ।  ହାଇକୋର୍ଟ କହିଛନ୍ତି କି, ଆମେ ଉଭୟ ପକ୍ଷର ଶୁଣାଣି କରିଛୁ । ତଳ ଅଦାଲତ ଇଡି ଡକ୍ୟୁମେଣ୍ଟକୁ ବିଚାରକୁ ନେଇ ନଥିଲେ । ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ । ହେଲେ ତଳ କୋର୍ଟ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ । ତେଣୁ ତଳ କୋର୍ଟର ରାୟ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।