spot_img

Latest Posts

CSKର ଅବସ୍ଥା ଦେଖି ଧୋନିଙ୍କୁ ଏମିତି କହିଲେ କପିଲ ଦେବ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ପ୍ରତିକ୍ରିୟା ରଖିଲେ କପିଲ ଦେବ । ଟିମ୍ ଇଣ୍ଡିଆକୁ ପ୍ରଥମ ବିଶ୍ୱକପ୍ ଟାଇଟଲ୍ ଜିତାଇଥିବା ପୂର୍ବତନ ଅଧିନାୟକ କପିଲ ଦେବ ଦେଇଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି ଯେ,  ଧୋନି ଚଳିତ ବର୍ଷ ବିନା ଅଭ୍ୟାସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ, ଏବଂ ତାଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ଅସମ୍ଭବ ହୋଇଥିଲା ।’ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଜୁନ୍ ମାସରେ ବିଶ୍ୱକପ୍ ଖେଳିଥିବା ଧୋନି ପ୍ରାୟ ଏକ ବର୍ଷ ପରେ ପଡ଼ିଆକୁ ଓହ୍ଲାଇଛନ୍ତି । ୩୯ ବର୍ଷୀୟ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ନିଜ ସ୍ଥାନ କରିବାରେ ବିଫଳ ହୋଇଛି ।

ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ ଧୋନି

ଧୋନି, ବିଶ୍ୱକପ୍ ସେମିଫାଇନାଲ୍ ୨୦୧୯ ପରଠାରୁ ପ୍ରଥମ ଥର ପାଇଁ କ୍ରିକେଟ୍ ଖେଳି ୧୪ ଟି ମ୍ୟାଚରେ ମାତ୍ର ୨୦୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ସେ କୌଣସି ଅର୍ଦ୍ଧଶତକ ହାସଲ କରିନଥିଲେ । କପିଲ ଚାହୁଁଛନ୍ତି ଯେ ଧୋନି ଘରୋଇ ଟୁର୍ନାମେଣ୍ଟଗୁଡ଼ିକରେ ଅଧିକ ଖେଳନ୍ତୁ ।

କପିଲ କହିଛନ୍ତି ଯେ, ଯଦି ଧୋନି ପ୍ରତିବର୍ଷ କେବଳ ଆଇପିଏଲରେ ଖେଳିବାକୁ ନିଷ୍ପତ୍ତି ନିଅନ୍ତି ତେବେ ତାଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ଅସମ୍ଭବ ହୋଇପଡ଼ିବ । କପିଲ କହିଛନ୍ତି ଯେ, ବୟସ ବିଷୟରେ କହିବା ଠିକ୍ ନୁହେଁ, କିନ୍ତୁ ସେ ତାଙ୍କ ବୟସରେ (୩୯ ବର୍ଷ ) ଯେତେ ଅଧିକ ଖେଳିବେ, ସେତେ ଅଧିକ ନିଜକୁ ପ୍ରମାଣିତ କରିପାରିବ ।

ଘରୋଇ କ୍ରିକେଟରେ ଖେଳିବେ ଧୋନି

ସେ କହିଛନ୍ତି, ‘ଯଦି ତୁମେ ଗୋଟିଏ ବର୍ଷରେ ୧୦ ମାସ କ୍ରିକେଟ୍ ଖେଳିବ ନାହିଁ ଏବଂ ହଠାତ୍ ତୁମେ ଆଇପିଏଲ୍ ଖେଳିବ, ତେବେ ତୁମେ ଜାଣି ପାରୁଥିବ କଣ ହେବ । ଏତେ କ୍ରିକେଟ୍ ଖେଳିବା ପରେ ମଧ୍ୟ ଆପଣଙ୍କୁ ଉତ୍ଥାନପତ୍ତନ ଦେଇଗତି କରିବାକୁ ପଡ଼ିବ । କ୍ରିସ୍ ଗେଲଙ୍କ ପରି ଖେଳାଳିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। କପିଲ କହିଛନ୍ତି ଯେ ଧୋନି ଚଳିତ ବର୍ଷ ଘରୋଇ କ୍ରିକେଟ୍ ଖେଳିବା ଉଚିତ୍।  ସେ ଏହା ମଧ୍ୟ କହିଛନ୍ତି ଯେ, ‘ ଧୋନି ପ୍ରଥମେ କ୍ରିକେଟ୍ (ଘରୋଇ ତାଲିକା ଏ ଏବଂ ଟି -20) କୁ ଯାଇ ସେଠାରେ ଖେଳିବା ଉଚିତ୍ ।

Latest Posts

Don't Miss