ମନୋଜ ତିଓ୍ବାରୀଙ୍କୁ କହ୍ନେୟା କୁମାରଙ୍କ ପ୍ରଶ୍ନ, କହିଲେ ୧୦ ବର୍ଷରେ କରିଛି କଣ?

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେପି ସାଂସଦ ମନୋଜ ତିଓ୍ବାରୀଙ୍କୁ କହ୍ନେୟା କୁମାରଙ୍କ ପ୍ରଶ୍ନ । କହିଲେ ଦଶ ବର୍ଷରେ କରିଛ କଣ । ନିର୍ବାଚନରେ କୌଣସି ବ୍ୟକ୍ତି ଗୁରୁତ୍ବପୂର୍ଣ୍ଣ ନୁହଁନ୍ତି । ବିଚାରାଧାରା ଏବଂ ମୁଦ୍ଦା ହେଉଛି ମୁଖ୍ୟ ପ୍ରସଙ୍ଗ । ଉତ୍ତର-ପୂର୍ବ ଦିଲ୍ଲୀରୁ ସାଂସଦ ଥିବା ମନୋଜ ତିଓ୍ବାରୀଙ୍କୁ କହ୍ନେୟା କୁମାର କହିଛନ୍ତି ୧୦ ବର୍ଷରେ ସେ କିଛି କାମ କରିନାହାନ୍ତି । ଦିଲ୍ଲୀରେ ବିଜେପି କୌଣସି କାମ କରିନାହିଁ । କେବଳ ଇଣ୍ଡିଆ ଗଠବନ୍ଧନକୁ ହଇରାଣ କରୁଛି । ଏଣୁ ଜନତା ଏହାର ଉଚିତ୍ ଜବାବ ଦେବେ ।

କହି ରଖୁଛୁ କି, ରବିବାର ପ୍ରକାଶ ପାଇଥିବା କଂଗ୍ରେସର ପ୍ରାର୍ଥୀ ତାଲିକାରେ କହ୍ନେୟା କୁମାରଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି କଂଗ୍ରେସ । ଗତ ନିର୍ବାଚନରେ ବିହାରରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କହ୍ନେୟା । ସେ ସିପିଆଇ ଟିକେଟରେ ନିର୍ବାଚନ ଲଢ଼ିଥିବାବେଳେ ଏଠାରେ ପରାସ୍ତ ହୋଇଥିଲେ । ମାତ୍ର ଏଥରକ ଗଠବନ୍ଧନ କାରଣରୁ ତାଙ୍କୁ ଦିଲ୍ଲୀରେ ଟିକେଟ ମିଳିଛି । ଟିକେଟ ମିଳିବା ପରେ ମନୋଜ ତିଓ୍ବାରୀଙ୍କୁ ଟାର୍ଗେଟ କରିଛନ୍ତି କହ୍ନେୟା କୁମାର ।