spot_img

Latest Posts

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା କହ୍ନେୟା କୁମାରଙ୍କ ଉପରେ ରାହୁଲଙ୍କ ଭରସା କ’ଣ ପାଇଁ, ଜାଣନ୍ତୁ…

ନୂଆଦିଲ୍ଲୀ: ସବୁବେଳେ କେନ୍ଦ୍ର ସରକାରକୁ ବିରୋଧ କରୁଥିବା କହ୍ନେୟାକୁମାର ଏବେ ବିରୋଧୀ ଦଳରେ ସାମିଲ ହେବାକୁ ଯାଉଛନ୍ତି। ବିନା ଦଳରେ ସବୁବେଳେ କେନ୍ଦ୍ର ସରକାରକୁ ଟାର୍ଗେଟ କରୁଥିବା କହ୍ନେୟା ଏବେ ଦଳରେ ରହି ଟାର୍ଗେଟ କରିବେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାର କଂଗ୍ରେସ ସହ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଯିଏ ନିଜ ଭାଷଣରେ ଦେଶର ସବୁ ଯୁବପିଢ଼ିଙ୍କୁ ନିଜ ଆଡ଼କୁ ଟାଣି ନିଅନ୍ତି ସେ ୨୮ ସେପ୍ଟେମ୍ବରରେ କଂଗ୍ରେସ ଦଳରେ ଯୋଗଦେବେ।

ତେବେ ଯୁବ ଗୋଷ୍ଠୀଙ୍କ ମାନଙ୍କ ସାହାରାକୁ ହରାଉଥିବା କଂଗ୍ରେସ ଦଳ ଏବେ କହ୍ନେୟାଙ୍କୁ ପାଇ ନୂଆ ଆଶା ସଞ୍ଚାରିବାକୁ ଲାଗିଲାଣି। କହ୍ନେୟା ଦଳକୁ ଆସିବା ପରେ ଦଳରେ ଯୁବ ଗୋଷ୍ଠୀଙ୍କ ସମର୍ଥନ ଅହେତୁକ ବଢ଼ିବ ବୋଲି ଆଶା କରିଛନ୍ତି ରାହୁଲ। କିନ୍ତୁ ବିହାରରେ କହ୍ନେୟାଙ୍କ ରାଜନୈତିକ କ୍ୟାରିୟର ଏତେ ସଫଳ ନଥିଲେ ମଧ୍ୟ ତାଙ୍କ ଭାଷଣ ଦେବାର ଶୈଳି ବହୁତ ଭଲ ରହିଛି। ଯେଉଁଥି ପାଇଁ ସେ ଦର୍ଶକଙ୍କୁ ଏକଯୁଟ କରି ରଖିପାରନ୍ତି। ହେଲେ ଏବେ ଠାରୁ ତାଙ୍କର ଜିତିବା କଥା କହିବା ଠିକ ହେବ ନାହିଁ ବୋଲି ରାଜନୈତିକ ପଣ୍ଡିତ ମାନେ ସେମାନଙ୍କର ମତ ବାଢ଼ିଛନ୍ତି।

ଚଳିତ ମାସରେ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ସେବେଠାରୁ କହ୍ନେୟା କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ତୀବ୍ର ହେବାରେ ଲାଗିଥିଲା। କିନ୍ତୁ ଯଦି ଆମେ ରାଜନୀତିର ପୁରୁଣା ପୃଷ୍ଠାକୁ ଲେଉଠାଇବା ତେବେ ଦେଖିବା କଂଗ୍ରେସ ଏବଂ କହ୍ନେୟାଙ୍କ ମଧ୍ୟ ସମ୍ପର୍କ ଏତେଟା ଭଲ ନଥିଲା। ଅନେକ ସମୟରେ ଗୋଡ଼ ଘୋଷଡ଼ା ଘୋଷଡ଼ି ହୋଇ ଚାଲିଥିଲେ ଉଭୟ କଂଗ୍ରେସ୍‌ ଏବଂ କହ୍ନେୟା।

ଦେଶଦ୍ରୋହ ମାମଲାରେ ଥାନାରେ ଥିବା କହ୍ନେୟା ଜାମିନରେ ମୁକୁଳିବା ପରେ ରାଜନୀତିରେ ଧିରେ ଧିରେ ପାଦ ଥାପିବାକୁ ଆରମ୍ଭ କରିଥିଲେ। ମାର୍ଚ୍ଚ ୨୦୧୬ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଯାଇଥିଲେ କହ୍ନେୟା। ଥାନାରେ ଥିବା ସମୟରେ ତାଙ୍କୁ ସମର୍ଥନ ଦେଇଥିବାକୁ ରାହୁଲଙ୍କୁ ଧନ୍ୟବାଦ ଜଣାଇଥିଲେ କହ୍ନେୟା। ଫେବୃଆରୀ ୨୦୧୬ରେ ଛାତ୍ର ସମାବେଶରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗରେ କହ୍ନେୟାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା। ଏହାର ଠିକ ଗୋଟେ ଦିନ ପରେ ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ପାଇଁ ଜେଏନୟୁ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଖାଲି ସେତିକି ନୁହେଁ ଛାତ୍ରମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ରାହୁଲ କେନ୍ଦ୍ରକୁ ଟାର୍ଗେଟ ମଧ୍ୟ କରିଥିଲେ।

ଯଦି ଆମେ ଦେଖିବା ଯେତେବେଳେ କହ୍ନେୟାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ପୋଲିସ ୨୦୧୯ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା, ସେତେବେଳେ ରାହୁଲ ଏବଂ ତାଙ୍କ ଦଳ ପୁରା ଚୁପ୍ ରହିଥିଲେ। ଯିଏ ୨୦୧୬ରେ କହ୍ନେୟାଙ୍କୁ ସମର୍ଥନ କରିଥିଲେ ସିଏ କଣ ପାଇଁ ୨୦୧୯ରେ ଚୁପ ରହିଲେ। ତାକୁ ନେଇ ରାହୁଲଙ୍କ ଚୁପ ପଛରେ ବିଜେପିର ଚାପ ରହିଛି ଏବହ ରାହୁଲ ଭୟ କରୁଛନ୍ତି ବୋଲି ରାଜନୈତିକ ପଣ୍ଡିତ ମାନେ ମତ ରଖିଥିଲେ। ଯେଉଁଥିପାଇଁ ୨୦୧୯ରେ କହ୍ନେୟା କୁମାରଙ୍କୁ କଂଗ୍ରେସର ସମର୍ଥନ ମିଳିନଥିଲା।

୨୦୧୯ ଲୋକସଭା ନିର୍ବାଚନରେ ​​କହ୍ନେୟା କୁମାର ବିହାରର ବେଗୁସରାୟରୁ ନିର୍ବାଚନ ଲଢ଼ୁଥିଲେ। ସେତେବେଳେ କଂଗ୍ରେସ ଏବଂ ଆରଜେଡି ତାଙ୍କୁ ସମର୍ଥନ କରିନଥିଲେ। ତେଣୁ ୨୦୧୯ ନିର୍ବାଚନରେ କହ୍ନେୟାଙ୍କୁ ୪.୨ ଲକ୍ଷ ଭୋଟରେ ବିଜେପିର ଗିରିରାଜ ସିଂଙ୍କ ଠାରୁ ପରାଜୟ ଗ୍ରହଣ କରିବାକୁ ପଡ଼ିଥିଲା।

Latest Posts

Don't Miss