ବିଜେପି ଟିକେଟରେ ହିମାଚଳର ମଣ୍ଡିରୁ କଙ୍ଗନା  ଲଢିବେ ଲୋକସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ଏହି ତାଲିକାରେ ପ୍ରକାଶ ପାଇଛି ବଲିଉଡର ଜଣାଶୁଣା ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ନାମ । ହିମାଞ୍ଚଳପ୍ରଦେଶର ମଣ୍ଡିରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ କଙ୍ଗନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କୁ ଦଳର ସୁପ୍ରିମୋ ଭରସା କରି ଟିକେଟ ଦେଇଛନ୍ତି । ସେପଟେ ପଲିଭିଟିରୁ ବରୁଣ ଗାନ୍ଧୀଙ୍କ ଟିକେଟ କାଟିଛି ବିଜେପି । ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇନାହିଁ ବିଜେପି । ତାଙ୍କ ସ୍ଥାନରେ ପଲିଭିଟି ଆସନରୁ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ଗାଜିଆବାଦରୁ ଜେନେରାଲ ବିକେ ସିଂଙ୍କ ଟିକେଟ କଟାଯାଇଛି ।