ଜବଲପୁର ପରେ ବମ୍ବେ ହାଇକୋର୍ଟରୁ ଅଭିନେତ୍ରୀ କଙ୍ଗନାଙ୍କୁ ଝଟକା

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ କଙ୍ଗନା ରାନାଓ୍ବତ ଆଜିକାଲି ଫିଲ୍ମ ’ଏମରଜେନ୍ସି’କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ବିବାଦ ଘେରରେ ରହିଛି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ । ତେବେ ସେପ୍ଟେମ୍ବର ୬ ତାରିଖରେ ଫିଲ୍ମଟି ମୁକ୍ତିଲାଗଭ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ମାତ୍ର ଏହା ପୂର୍ବରୁ ବମ୍ବେ ହାଇକୋର୍ଟରୁ କଙ୍ଗନାକୁ ଲାଗିଛି ଝଟକା । ବମ୍ବେ ହାଇକୋର୍ଟ ସିବିଏଫସି ସାର୍ଟିଫିକେଟ ଦେବା ମାମଲାରେ ଶୁଣାଣିକୁ ସେପ୍ଟେମ୍ବର ୧୮କୁ ରଖିଛନ୍ତି । ଏବଂ ୧୯ ତାରିଖରେ ଏହାର ଶୁଣାଣି ହେବ । ଯେଉଁ କାରଣରୁ ୬ ତାରିଖରେ ଫିଲ୍ମ ଏକପ୍ରକାର ରିଲିଜ ହୋଇପାରିବ ନାହିଁ । କୋର୍ଟ କହିଛନ୍ତି କି, ଏତେ ଶୀଘ୍ର ମାମଲାରେ ଆଦେଶ ଦିଆଯାଇପାରିବ ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଫିଲ୍ମ ରିଲିଜ ତାରିଖକୁ ଘୁଞ୍ଚାଯାଇଛି । ୨ ସପ୍ତାହ ପରେ ରିଲିଜ ହୋଇପାରେ ଫିଲ୍ମ । ସେପଟେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି କି, ଖୁବଶୀଘ୍ର ଫିଲ୍ମ ରିଲିଜ କରାଯାଉ ।